ସଂଗ୍ରହ ହେଲା ୨୮ୟୁନିଟ ରକ୍ତ

0 305

ଡେଲାଙ୍ଗ,୨୮/୧୨(ଏସ୍ଏସ୍ ନିଉଜ)ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଓଡତରବୋଇଗ୍ରାମର ପ୍ରାଥମିକବିଦ୍ୟାଳୟ ପରିସରରେ ରକ୍ତଦାନ ଶିବିର ଜାଗୃତି କ୍ଲବ ତରଫରୁ ଅନୁଷ୍ଠିତ ହୋଇଯାଇଛି ।ପୁରୀରେଡକ୍ରସ କାର୍ଯ୍ୟାଳୟ ପକ୍ଷର ଲୋକନାଥଦଳେଇ, ସାରଥିନାୟକ,ମନୋରଞନଭୋଇ ,ଜିତେନ୍ଦ୍ରନାୟକ, ଜାଗୃତିକ୍ଲବର ସଭାପତି ପ୍ରିୟବ୍ରତ ପ୍ରଧାନ ,ସମ୍ପାଦକ ପୁନେନ୍ଦୁପ୍ରଧାନ ପ୍ରମୁଖଙ୍କ ଉପସ୍ଥିତିରେ ଶିବିର ପରିଚାଳନା ହୋଇଥିଲା ।ଏହି ଅବସରର ଅନୁଷ୍ଠିତ ସଭାରେ ପୁର୍ବତନ ଉପକୃଷିନିର୍ଦ୍ଦେଶକ ବୀଜକେତନସାହୁ ,ସମାଜସେବୀ ଅନାମ ମଲ୍ଲିକ,କସ୍ତୁରିବା ସେବାଆଶ୍ରମର ସଂଚାଳିକା କବିତାରାଣୀ ପରିଡା. ମାନସ କୁମାରଜେନା, ସୋମନାଥ ଖଟେଇ, ପ୍ରହଲାଦପ୍ରଧାନ ,ସୁବାସଚନ୍ଦ୍ରଜେନା, ପ୍ରମୁଖ ଯୋଗଦେଇ ଜନସାଧାରଣଙ୍କୁ ରକ୍ତଦାନପାଇଁ ଉସ।ହିତ କରିଥିଲେ ।ଏହି ଶିବିରରେ ସମୁଦାୟ ୨୮ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବାର ସଭାପତି ପ୍ରିୟବ୍ରତ ପ୍ରଧାନ କହିଛନ୍ତି ।

Leave A Reply

Your email address will not be published.