ଯନ୍ତାରେ ପଡିଲା ଭାଲୁ

0 505

ଭୁବନେଶ୍ବର :୨/୧୨- ତିନୋଟି ଭାଲୁ ଛୁଆକୁ  ଉଦ୍ଧାର କରିଛି ନବରଙ୍ଗପୁର ବନ ବିଭାଗ ।  ନବରଙ୍ଗପୁର ବ୍ଲକର ସାନ କୁମୁଲି ଗ୍ରାମର ମତିରାମ ମାଝୀଙ୍କ ଘର ନିକଟରେ ଥିବା ଗୋବର ଗ୍ୟାସ ପ୍ଲାଣ୍ଟ ରୁ ଉଦ୍ଧାର ହୋଇଛି l ଘଟଣାରୁ ପ୍ରକାଶ ସେ ,   ମତିରାମ ମାଝୀଙ୍କ ଘର ନିକଟରେ ବହୁବର୍ଷ ତଳର ଗୋବର ଗ୍ୟାସ ପ୍ଲାଣ୍ଟ ଟି ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିଲା । ଗତକାଲି ମତିରାମର ସ୍ତ୍ରୀ ସଫା ସୁତୁରା କରିବା ସମୟରେ ଗ୍ୟାସ ପ୍ଲାଣ୍ଟ ନିକଟରେ ଭାଲୁର ଚିତ୍କାର ଶୁଣିଥିଲାl ଫଳରେ ଗ୍ରାମବାସୀ ନବରଙ୍ଗପୁର ବନ ବିଭାଗକୁ ଖବର ଦେଇଥିଲେ l ଖବର ପାଇ ବନ ବିଭାଗ ଘଟଣା ସ୍ଥଳ ରେ ପହଞ୍ଚି ଭାଲୁ ଧରା ଅଭିଯାନ ଆରମ୍ଭ କରିଥିଲେ l

ଭାଲୁ ଧରା ଯନ୍ତା ଆଣି ବନବିଭାଗ  ଗୋବର ଗ୍ୟାସ ପ୍ଲାଣ୍ଟର ଗାତ ନିକଟରେ ରଖିଥିଲେ । କିଛି ସମୟ ପରେ  ମାଁ ଭାଲୁ ଯନ୍ତା ଭିତରକୁ ଆସିଥିଲା l  ମାଆ ଭାଲୁ  ଯନ୍ତା ଭିତରକୁ ଆସିଲା ପରେ ବନ ବିଭାଗ  ଛୁଆ ଭାଲୁ ମାନଙ୍କୁ ଉଦ୍ଧାର କରିଥିଲେ ।  ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହେଲା ପରେ ପୁଣି ସେମାନଙ୍କୁ ସୁରକ୍ଷିତ ଭାବେ  ଜଙ୍ଗଲରେ ଛଡା ଯିବାର  ବନ ବିଭାଗ ପକ୍ଷରୁ ସୁଚନା  ମିଳିଛି ।

Leave A Reply

Your email address will not be published.