ଜିତିଲେ ମିଳିବ ଖାସୀ

0 359

ମେଣ୍ଢାଶାଳ,୨୭/୧୨(ଏସ୍ଏସ୍ ନିଉଜ)ପ୍ରତିଯୋଗୀତାରେ ଜିତିଲେ ପୁରସ୍କାରରେ ଟ୍ରଫି କିମ୍ବା ଟଙ୍କା ମିଳିବ ନାହିଁ । ପୁରସ୍କାର ସ୍ୱରୁପ ମିଳିବ ଖାସୀ ।ଏହିଭଳି ଏକ ନିଆରା ପୁରସ୍କାର ଘୋଷଣା କରିଛନ୍ତି ମା ହାତୀଆଶୁଣୀ ଯୁବକସଂଘ । ଯୁବକସଂଘର ଆନୁକୁଲ୍ୟରେ ଆରମ୍ଭ ହୋଇଛି ଦ୍ୱାଦଶ ବାର୍ଷକ ଫୁଟବଲ ଟୁର୍ଣାମେଂଟ । ମେଣ୍ଡାଶାଳ ଗ୍ରାମପଂଚାୟତ ଅର୍ନ୍ତଗତ ବାରାପିଟାମୁଣ୍ଡାସାହିର ଖେଳପଡିଆରେ ଶୁକ୍ରବାର ଦିନ ଦ୍ୱାଦଶ ବାର୍ଷକ ଫୁଟବଲଟୁର୍ଣାମେଂଟ ଉଦଘାଟିତ ହୋଇଯାଇଛି ।

ପ୍ରଭାତକୁମାର ରାଉତରାୟ ଓ ବରିଷ୍ଠସାମ୍ବାଦିକ ପଦ୍ମଲୋଚନ ବଡଜେନା ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।ଗଣପତିବାବା କ୍ଲବ ଗୋଡିବାରୀ ଓ ମା ବନଦୁର୍ଗା କ୍ଲବ ବାଘୁଆ ମଧ୍ୟରେ ପ୍ରଥମମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ।ଏହି ଟୁର୍ଣାମେଂଟରେ ରାଜ୍ୟର ବିଭିର୍ଣ ସ୍ଥାନରୁ ମୋଟ ୮୪ଗୋଟି ଆଦିବାସୀ ଦଳ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।ପ୍ରତ୍ୟେହ ୨୧ଟି ଦଳକୁ ନେଇ ପ୍ରତିଯୋଗୀତା ଅନୁଷ୍ଠିତ ହେବ ।୪ଦିନ ଧରି ହେବାକୁ ଥିବା ଏହି ଟୁର୍ଣାମେଂଟ ୩୦ତାରିଖରେ ଉଦଯାପିତ ହେବ ବୋଲି କ୍ଲବର ସଭାପତି ନାରାୟଣ ହିସା କହିଛନ୍ତି ।ଏଥିମଧ୍ୟରୁ ୬ଗୋଟିଦଳକୁ ପୁରସ୍କୃତ କରାଯିବ ।ପ୍ରତ୍ୟେକ ବିଜୟୀ ଦଳକୁ ଗୋଟେଗୋଟେ ଖାସୀ ପୁରସ୍କାରରେ ପ୍ରଦାନ କରାଯିବ । ବାବୁଲିଦେରାଇ ,ମଧୁସୁଦନ ଲାଗୁରାଇ,ସନାତନ ହିସା, ସନିଆ ହିସା ପ୍ରମୁଖ ଟୁର୍ଣାମେଂଟକୁ ପରିଚାଳନା କରିଥିଲେ ।ସଂଘର ସମ୍ପାଦକ ମଙ୍ଗଳ ସମାଜ,ବିକ୍ରମବିରୁଆ,ମାନସିଂ ଗୋପ,ଦାଣ୍ଡିଆହିସା ପ୍ରମୁଖ ଶାନ୍ତିଶଂଙ୍ଖଳା ରକ୍ଷା ଦୀଗରେ ସହାୟତା କରିଥେôଲ ।

Leave A Reply

Your email address will not be published.