ଯୁବକ ର ମୃତ ଦେହ ଉଦ୍ଧାର : ପୋଲିସର ତନାଘନା

0 640

ଭୁବନେଶ୍ବର:୧୦/୧୨- ଭୁବନେଶ୍ବର ଉପକଣ୍ଠ ରଘୁନାଥପୁର ସୁନାଘାଇ ଠାରେ ଜଣେ ଯୁବକର ମୃତଦେହ ଉଦ୍ଧାର କରିଛି ନନ୍ଦନକାନନ ପୋଲିସ । ଯୁବକ ଜଣକ କିଏ ,ଏଠାକୁ ଆସିଲା କେମିତି । ଆଉ ମୃତ ଯୁବକ ମଲା କେମିତି । ସେନେଇ ପୋଲିସ ତନାଘନା କରୁଥିବା ଜଣାପଡିଛି ।

ଘଟଣାରୁ ପ୍ରକାଶ ଯେ, ମଙ୍ଗଳବାର ଦିନ ନନ୍ଦନକାନନ ଥାନା ଅଧିନରେ ଥିବା ନନ୍ଦନକାନନ ମୁଖ୍ୟ ରୋଡ କଡ ଠାରୁ ଥିବା ସୁନାଘାଇ ଅଞ୍ଚଳର  ଏକ ପରିତକ୍ତ ବିଲରେ ଜଣେ ଯୁବକ ଉଲଗ୍ନ ଅବସ୍ଥାରେ ମରି ପଡିଥିବା କିଛି ଲୋକ ସୈାଚ ଯିବା ସମୟରେ ଦେଖିବାକୁ ପାଇଥିଲେ । ଏହି ଘଟଣା ପଚାର ପ୍ରସାର ହେବା ପରେ ଘଟଣାସ୍ଥଳରେ ଦେଖେଣାହାରୀଙ୍କ ଭୀଡ ଜମିଥିଲା । ଖବର ପାଇ ନନ୍ଦନକାନନ ଥାନା ପୋଲିସ ପହଁଚି ମୃତ ଶରାରକୁ ଜବତ କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇ ତଦନ୍ତ କରୁଥିବା ଜଣାପଡିଛି ।ମୃତ ଯୁବକ

ସ୍ଥାନୀୟ ଲୋକଙ୍କ କହିବା କଥା , ମୃତ ଯୁବକ ଜଣକ ପାଗଳ , ସେ କିଛି ଦିନ ହେବ ଏହି ଅଞ୍ଚଳରେ ବୁଲାବୁଲି କରେ   । ତେବେ ଯୁବକର ପରିଚୟ ମିଳିନଥିବା ବେଳେ ସେ କଣ ସତରେ ପାଗଳ ।ନା  ତାକୁ  କିଏ ହତ୍ୟା କରି ଏଠାରେ ଭିଙ୍ଗିଦେଇଛି ।ତାର ଘୋଡତାଳ କରୁଛି ପୋଲିସ ।

Leave A Reply

Your email address will not be published.