ଯୁବକ କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୁତ୍ତ

0 486

ଚନ୍ଦକା:୪/୩(ଏସଏସଏନ୍) ପୂର୍ବଶତୃତା କୁ କେନ୍ଦ୍ର କରି ଜଣେ ଯୁବକ କୁ ବିଚ୍ ରାସ୍ତା ରେ ଗୋଡାଇ ଗୋଡାଇ ହାଣି ଫେରାର ହୋଇଯାଇଛନ୍ତି ଦୁର୍ବୁତ୍ତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଚନ୍ଦକା ଥାନା ଅଞ୍ଚଳରେ । ସୁଚନା ଯୋଗ୍ୟ ଯେ , କଣ୍ଟାବାଡ କାଟେଣୀ ଗ୍ରାମର ବାବୁଲି ସେନାପତିଙ୍କ ପୁଅ ତିଲୁ ସେନାପତି । ସେହି ଗ୍ରାମର ମାର୍ଥା ପରିବାର ଲୋକଙ୍କ ପୁର୍ବରୁ ଶତୃତା ରହିଥିଲା । ଆଜି ସେହି ଗ୍ରାମର ବାହାଘର ବରଯାତ୍ରିରେ ତିଲୁ ବାଙ୍କୀ ଥାନା ଭଗିପୁର କୁ ଯାଇଥିଲେ । ସେଠାରେ ତିଲୁ ସହ ମାର୍ଥା ପରିବାରର ଭାଇ ସଙ୍ଗେ କଳି ଝଗଡା ହୋଇଥିଲା ।ସେଠାରେ ଅନ୍ୟ ଲୋକମାନେ ବୁଝାସୁଝା କରିବା ପରେ କଳି ଭାଙ୍ଗିଥିଲା । ହେଲେ ରାଗ କମିନଥିଲା । ଘରକୁ ଆସିବା ପରେ ତିଲୁ କାଟେଣୀ ଛକରେ ବସିଥିବା ବେଳେ କାଟେଣୀ ଛକ ଠାରେ ସୋହି ଗ୍ରାମର ମାର୍ଥା ପରିବାର ର ମିଳିତ ଭାଇମାନେ ଆସି ତିଲୁକୁ ଗୋଡେଇ ଗୋଡେଇ ହାଣିଥିଲେ । ତିଲୁ ତଳ୍ ପଡି ଛଟପଟ ହେଉଥିବା ବେଳେ ଚିକ୍ତାର କରିଥିଲା  । ଗୁରୁତର ଅବସ୍ଥା ରେ ପାଖ ସମ ମେଡିକାଲ ରେ ଭର୍ତି କରିବା ସହ ପୋଲିସ କୁ ଖବର ଜଣାଇଥିଲେ ।   ଘଟଣା କୁ ନେଇ ଚନ୍ଦକା ଥାନା ପୋଲିସ ର ତନାଘନା ଜାରି ରଖିଥିବା ଜଣାପଡିଛି ।

Leave A Reply

Your email address will not be published.