ଜୁନ୍ ୩୦ ଯାଏ ଖୋଲିବନି କୌଣସି ଧାର୍ମିକସ୍ଥଳ

0 585

ଭୁବନେଶ୍ୱର,୮/୬(ଏସଏସନିୟୁଜ) ଜୁନ ୩୦ ଯାଏଁ ରାଜ୍ୟରେ ମନ୍ଦିର ଖୋଲିବ ନାହିଁ ।ଏଏସଆଇ ଅଧୀନରେ ଥିବା ରାଜ୍ୟର ୪୬ ଟି ପୀଠ ଖୋଲିବାକୁ କେନ୍ଦ୍ର ସରକାର ପ୍ରେସ୍ ରିଲିଜ୍ ଜାରି କରିଥିଲେ ।ଏହାଉପରେ ରାଜ୍ୟସରକାର ଜୁନ ୩୦ ଯାଏଁ ରାଜ୍ୟରେ ମନ୍ଦିର ଖୋଲିବ ନାହିଁ ବୋଲି ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଆଜି ପିଆଇବି ଜାରି କରିଥିବା ପ୍ରେସ ରିଲିଜରେ ପୁରୀ ଜଗନ୍ନାଥ ମନ୍ଦିର, ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିର, ମୁକ୍ତେଶ୍ୱର ମନ୍ଦିର, ଅନନ୍ତ ବାସୁଦେବ ମନ୍ଦିର, ଭୁବନେଶ୍ୱର ଉପକଣ୍ଠ ୬୪ ଯୋଗିନୀ ପୀଠ, ଢ଼େଙ୍କାନାଳର କପିଳାସ ପୀଠ ଆଦି ଏଏସଆଇ ଅଧୀନରେ ଥିବା ୪୬ଟି ପୀଠକୁ ଭକ୍ତଙ୍କ ପାଇଁ ଖୋଲିବାକୁ ଅନୁମତି ଦିଆଯାଇଥିଲା। ଏହା ସହ ଦେଶର ୮୨୦ ଟି ଐତିହାସିକ ସ୍ଥଳୀ ଖୋଲିବାକୁ କୁହାଯାଇଥିଲା । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ, ନିଷ୍ପତି ନେଇପାରିବେ ବୋଲି କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତିରେ କୁହାଯାଇଥିଲା । ଜୁନ ୩୦ ଯାଏଁ କଟକଣା ଜାରି ରହିବ ବୋଲି ବିଜ୍ଞପ୍ତି ରେ କୁହାଯାଇଛିା

Leave A Reply

Your email address will not be published.