କଲ୍ୟାଣ ମଣ୍ଡପ ଓ ପୋଖରୀର ଭିତିପସ୍ତର ସ୍ଥାପନ ହେଲା

0 453

ଡେଲାଙ୍ଗ,୧୭/୨ (ଏସଏସନିୟୁଜ)ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଅଭୟମୁଖୀ ଗ୍ରାମପଂଚାୟତ ନିକଟରେ କଲ୍ୟାଣ ମଣ୍ଡପ ନିମନ୍ତେ ଭିତିିପସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କଲ୍ୟାଣ ମଣ୍ଡପ କାର୍ଯ୍ୟସରିଲେ ଆଖପାଖ ଅଂଚଳର ଶତାଧିକ ଲୋକେ ବିବାହ,ଯାନିଯାତ୍ରା ଆଦି କାର୍ଯ୍ୟରେ ସହାୟ ହୋଇପାରିବ । ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥି ନଡିଆ ବାଡେଇ ଭୂମିପୁଜା କରିଥିଲେ । ୩୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି କଲ୍ୟାଣ ମଣ୍ଡପ ନିର୍ମିତ ହେଲେ ଅଭୟମୁଖୀ ପଂଚାୟତର ଜନସାଧାରଣ ମାନେ ଉପକୃତ ହୋଇପାରିବେ । ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସହୁ,ସ୍ଥାନୀୟ ସରପଂଚଞ୍ଚ ପ୍ରସନ୍ନ କୁମାର ପରିଡା,ଧାନକେରା ସରପଂଚ ପ୍ରସନ୍ନ ଜେନା,ଜିଲ୍ଲାପରିଷଦ ଦେବାଶିଷ୍ ନନ୍ଦ,ବିଜେଡି ବ୍ଲକ ସଭାପତି ବୌରାଗୀ ଜେନା,ସମିତିସଭ୍ୟା ରଶ୍ମୀତା ଜେନା ପ୍ରମୁଖ ଉପସ୍ଥିତ ଥିଲେ । ସେହିପରୀ ସ୍ଥାନୀୟ ଅଂଚଳରେ ଚାଷ ଜମୀକୁ ଜଳ ସେଚନ ସହିତ ପୋଖରୀ ପାଣିର ବ୍ୟବହାର ଆବଶ୍ୟକତା ଥିବା ବେଳେ ସ୍ଥାନୀୟ ବିଧାୟକ ତାଙ୍କ ପାଣ୍ଠ୍ହି ର ଅନୁଦାନରେ ଏକ ପୋଖରୀର ଖନନ କରିବା ପାଇଁ ଭୂମୀପୂଜା ମଧ୍ୟ କରିଥିଲେ ।

Leave A Reply

Your email address will not be published.