କାମ ହେଲା କାଳ :ଚାଲିଗଲା ଜୀବନ

0 252

ଭୁବନେଶ୍ବର:୨୩/୧୨(ଏସଏସଏନ) ପେଟ ଚାଖଣ୍ଡ ପାଇଁ  ମୁଣ୍ଡ ଝାଳ ତୁଣ୍ଡରେ ମାରି ଦିନ ମଜୁରିଆ ଭାବେ କାମ କରୁଥିଲେ ଶ୍ରମିକ । ହେଲେ ସାଥ ଦେଲାନି ଦଇବ । ଅକାଳରେ ଚାଲିଗଲା ଗୋଟିଏ ମୁଲ୍ୟବାନ ଜୀବନ । ଉଜୁଲି ଗଲା ସୁନାର ସଂସାର । ଏମିତି ଏକ ଦଃଖଦ ଘଟଣା ଦେଖିବାକୁ ମିଳିଛି ଧଉଳି ଥାନା ଅଞ୍ଚଳରେ ।

ପ୍ରକାଶ ଯେ ,ଉକ୍ତ ଥାନା ଅଞ୍ଚଳରେ  ଆଜି ମଧ୍ୟାନ ସମୟରେ ଜଣେ ଶ୍ରମିକ ଜଣେ ବ୍ୟକ୍ତିଙ୍କର ସେପ୍ଟି ଟାଙ୍କି ଖୋଳୁଥିବା ସମୟରେ ମୋରମ ଖସିପଡିଥିଲା । ଫଳରେ ଘଟଣାସ୍ଥଳରେ ଚାପି ହୋଇ ମୃତ୍ୟୁ ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ଧଉଳି ପୋଲିସ ପହଁଚି ମୃତ ଶବକୁ ଜବତ କରି ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.