କାର୍ଯ୍ୟ ବନ୍ଦ କଲେ ଠିକାଦ।ର

ଭୁବନେଶ୍ୱର,୧୪/୧୧-୧୦ଟି ଦାବୀକୁ ନେଇ ନେଇ କାର୍ଯ୍ୟ ବନ୍ଦ କଲେ ଭୁବନେଶ୍ୱର ମହାନଗରନିଗମ ଠିକାଦାର ସଂଘ । ରାଜ୍ୟ ନିଖିଳ ଓଡିଶା ଠିକାଦାର ମହାସଂଘକୁ ସମର୍ଥନ ଜଣାଇ ଗୁରୁବାରଦିନ ମହାନଗରନିଗମ ପାଖରେ ଥିବା ଠିକାଦାର ସଂଘ କାର୍ଯ୍ୟାଳୟଠାରେ ଏହାକୁ ବିଧିବଦ୍ଧଭାବେ ଘୋଷଣା କରିଛନ୍ତି  ଭୁବନେଶ୍ୱର ମହାନଗର ଠିକାଦାର ସଂଘର ସଭାପତି ଗୋପବନ୍ଧୁଦାସ । ରାଜ୍ୟରେ ପ୍ରାୟ ୫୦ହଜ।ରେ ଠିକାଦାର ରହିଛନ୍ତି । ଏବେ ସରକାର ସେମାନଙ୍କ ଆର୍ଥିନୈତିକ ସୁରକ୍ଷା ନଦେଇ ବାହାରୁ ଠିକାଦାର ଆଣି କାମ କରିବା ସହ ଓଡିଶାର ଠିକାଦାରମାନଙ୍କୁ ମାରିଦେବାର ଉଦ୍ୟମ କରୁଛନ୍ତି । ଗୁଜୁରାଟ ସରକାରଙ୍କ ଭଳି ଜିଏସଟି କମ୍ କରିବା ସହ ୧୦ଦଫାଦାବୀ ଉପରେ ସରକାରଙ୍କ ଦୃଷ୍ଟିଆକର୍ଷଣ କରିଚୁ । ଯେପର୍ଯ୍ୟନ୍ତ ଆମ୍ଭମାନଙ୍କର ଦାବୀ ପୁରଣ ନହୋଇଛି ସେ ପର୍ଯ୍ୟନ୍ତ ଠିକାଦାରମାନେ କାମ ବନ୍ଦ ରଖିବେ ବୋଲି ରାଜ୍ୟ ନିଖିଳ ଓଡିଶା ଠିକାଦାର ମହାସଂଘର ସଭାପତି ପ୍ରଭାତ ଦାସ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପ୍ରକାସ ଜେନା,ତ୍ରିଲୋଚନ ପରିଡାଙ୍କ ସହ ଭୁବନେଶ୍ୱର ମହାନଗର ଅଧିନରେ କାମ କରୁଥିବା ଠିକାଦାରମାନେ ଉପସ୍ଥିତ ଥିଲେ ।

Comments (0)
Add Comment