କାର୍ଯ୍ୟରତ ସାମ୍ବାଦିକଙ୍କୁ ହତ୍ୟା ଧମକ, ଥାନାରେ ଅଭିଯୋଗ

0 509

ଡେଲାଙ୍ଗ,୨୬/୨(ଏସଏସନିୟୁଜ) କାର୍ଯ୍ୟରତ ସାମ୍ବାଦିକମାନେ ଆଉ ସୁରକ୍ଷିତ ନାହାନ୍ତି ।ଖବର ସଂଗ୍ରହ କରିବାକୁ ଯିବା ସମୟରେ ହେଉ କିମ୍ବା ପ୍ରକାଶ ପରେ ସେମାନଙ୍କ ଉପରେ ଆକ୍ରମଣ ହେଉଥିବାର ବହୁଳ ଦୃଷ୍ଟାନ୍ତ ରହିଛି ।ସୋମବାରଦିନ ଏହି ଭଳି ଏକ ଘଟଣା ଘଟିଛି ଡେଲାଙ୍ଗ ଅଂଚଳରେ ।ପ୍ରମେୟର ଡେଲାଙ୍ଗବ୍ଲକପ୍ରତିନିଧ ସନ୍ତୋଷକୁମାରପଟ୍ଟନାୟକଙ୍କୁ ଜୀବନରେ ମାରି୍‌ଦେବାକୁ ମିଳିଛି ଧମକ । ସୋମବାରଦିନ କଅଁଳପଡା ତ୍ରିନାଥମନ୍ଦିର ଛକରେ ସନ୍ତୋଷ ଖବରସଂଗ୍ରହ କରି ଫେରୁଥିବାବେଳେ ପ୍ରଦୀପକୁମାରସାହୁଙ୍କ ସହ କଥାବାର୍ତା ହେଊଥିଲେ ।ଏହିସମୟରେ ଏହି ଗ୍ରାମର କାଳିଚରଣସାହୁ ନାମକ ବ୍ୟକ୍ତି ଆସି ହଠାତ ଅଶ୍ଳିଳଭାଷାରେ ତାଙ୍କୁ ଗାଳିଗୁଲଜ କରିଥିଲେ । କଲର ଧରି ମାରଧର କରିବା ସହ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ପାଖରେ ଥିବା କିଛି ଯୁବକମାନେ ଆସି ହସ୍ତକ୍ଷେପ କରିବାରୁ ସେ ଚାଲିଯାଇଥିଲା ବୋଲି ସନ୍ତୋଷ ଡେଲାଙ୍ଗଥାନାରେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ।ଯାହାକୁ ନେଇ ଡେଲାଙ୍ଗ ଅଂଚଳରେ ଥିବା ସାମ୍ବାଦିକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।ତେବେ ପୋଲିସ ଏକ ମକଦ୍ଦମା ରୁଜୁକରି ଖୁବଶିଘ୍ର କାର୍ଯ୍ୟାନୁଷ୍ଠାନ ନେବ ବୋଲି ପ୍ରତିଶୃତି ଦେଇଥିବାର ଜଣାପଡିଛି ।

Leave A Reply

Your email address will not be published.