କାଶ୍ମୀର କୁ ଟାର୍ଗେଟ୍ , ପୁଣି ନୂଆ ଆତଙ୍କୀ ସଂଗଠନ”ପାଫ୍” ପାକିସ୍ତାନ୍ ଦେଉଛି ପ୍ରୋତ୍ସାହନ

0 502

ଶ୍ରୀନଗର:୩୦/୭(ଏସଏସଏନ୍)ପୁଣି ଥରେ ଭାରତରେ ଅସ୍ଥିରତା ସୃଷ୍ଟି ପାଇଁ ଉଦ୍ୟମ ଆରମ୍ଭ କରିଛି ପାକିସ୍ଥାନ ଓ ଏହାର ଗୁଇନ୍ଦା ଏଜେନ୍ସି । ଆଉ ଟାର୍ଗଟ୍ ରେ କାଶ୍ମୀର । ପିପୁଲ୍ସ ଏଣ୍ଟି ଫାସିଷ୍ଟ ଫଣ୍ଟ (ପିଏଏଫଏଫ୍) ନାମକ ଏକ ସଙ୍ଗଠନକୁ ସୃଷ୍ଟି କରିବାରେ ଆଇଏସଆଇ ପ୍ରମୁଖ ଭୂମିକା ଗ୍ରହଣ କରିଛି ଏବଂ କାଶ୍ମୀରରେ ଆତଙ୍କବାଦ କାର୍ଯ୍ୟକଳାପ ଅବ୍ୟାହତ ରଖିବା ଏହି ସଂଗଠନର ମୂଳ ଉଦ୍ଦେଶ୍ୟ  ବୋଲି ଜଣାପଡ଼ିଛି ।

ତେବେ ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀରେ ଆତଙ୍କବାଦ ବିଲୋପ ଅଭିଯାନ ଆରମ୍ଭ ହୋଇଥିଲା । ମାତ୍ର ପାକିସ୍ତାନ ଓ ଆଇଏସଆଇ ଏହାକୁ ଏକ ଆହ୍ବାନ ରୂପେ ଗ୍ରହଣ କରିଥିଲେ । ପୁଣିଥରେ କାଶ୍ମୀରରେ ଆତଙ୍କବାଦ ଚଳାଇ ରଖିବା ଉଦ୍ଦେଶ୍ୟରେ ଏହି ସଙ୍ଗଠନକୁ ଗଢ଼ି ତାହାକୁ ବିଭିନ୍ନ ସହାୟତା ପ୍ରଦାନ କରୁଛି । ଗତ ସପ୍ତାହରେ କୁଲଗାଓରେ ଜଣେ ପୁଲିସ କର୍ମଚାରୀଙ୍କ ହତ୍ୟାକୁ ନିଜ ମୁଣ୍ଡରେ ନେଇଛି ’ପାଫ୍’ ।

ଭାରତରେ ଆତଙ୍କ ସୃଷ୍ଟି କରିବା ନିମନ୍ତେ ‘ପାଫ୍’ ଏକ ଭିଡ଼ିଓ ଜାରି କରିଛି । ଏହି ଭିଡ଼ିଓ ଟିଆରଏଫ୍ ଦ୍ବାରା ବ୍ୟବହାର କରାଯାଉଥିବା ସୋସିଆଲ ମିଡ଼ିଆର ବିଭିନ୍ନ ଚ୍ୟାନେଲ ମଧ୍ୟରୁ ଗୋଟିଏ । ଏହି ଭିଡ଼ିଓରେ ୩ ଆତଙ୍କବାତୀଙ୍କୁ ଦେଖିବାକୁ ମିଳୁଛି ଏବଂ ସେମାନେ ମୁହଁକୁ ଘୋଡ଼େଇ ରଖିଛନ୍ତି । ସେମାନଙ୍କ ନିକଟରେ କିପରି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଛି ତାହା ଦେଖାଯାଉଛି । ଏହି ଭିଡ଼ିଓରେ ସେମାନେ ୨୨ ଜୁଲାଇରେ କୁଲଗାଓଁରେ ପୁଲିସ କର୍ମଚାରୀ ଅବଦୁଲ ରସିଦ ଦରଙ୍କୁ ହତ୍ୟା ଘଟଣା ଘଟାଇଥିବା ଦାବି କରିଛନ୍ତି । ଯଦିଓ ସୁରକ୍ଷା ସଂସ୍ଥାର ଅଧିକାରୀ ଏହି ସଙ୍ଗଠନ ଓ ଭିଡ଼ିଓ ସମ୍ପର୍କରେ କୌଣସି ବିଧିବଦ୍ଧ ପ୍ରତିକ୍ରିୟା ଦେଇ ନାହାନ୍ତି, ତଥାପି ସୁରକ୍ଷା ସଂସ୍ଥା ସହ ସମ୍ପୃକ୍ତ ଜଣେ ଅଧିକାରୀ ଏହି ଭିଡ଼ିଓଟିକୁ ନଜର ଅନ୍ଦାଜ କରାଯାଇ ପାରିବ ନାହିଁ ବୋଲି କହିଜଣାପଡିଛି ।

Leave A Reply

Your email address will not be published.