କାୟାକଳ୍ପ ସଦସ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ବୁଲିଲେ

0 881

ଭୁବନେଶ୍ୱର,୬/୧୨- ରାଜ୍ୟ କାୟାକଳ୍ପ ସଦସ୍ୟମାନେ ଶୁକ୍ରବାରଦିନ ମେଣ୍ଢାଶାଳ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନରେ ଆସିଥିଲେ । ସ୍ୱାସ୍ଥ୍ୟବିଭାଗର ଯୁଗନିର୍ଦ୍ଦେଶକ କୈଳାସନାଥ ଶାସ୍ତ୍ରୀ ଙ୍କ ନେତୃତ୍ବରେ ଜାତୀୟସ୍ୱାସ୍ଥ୍ୟମିଶନର ସନ୍ତୋଷ କୁମାର ନାୟକ ,ଇଉନିସେଫ୍ ସଂସ୍ଥାର ଦିପକ କୁମାର ବିଶ୍ୱାଳ ପ୍ରମୁଖ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଁଚିଥିଲେ ।

ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱଛତା, ପରିମଳ ବ୍ୟବସ୍ଥା,କର୍ମଚାରୀମାନଙ୍କର ସମୟାନୁବର୍ତିତା, ଷ୍ଟାପନର୍ସ ଓ ସଫେଇ କର୍ମଚାରୀମାନଙ୍କର ସଂକ୍ରମଣ ଆମ ସୁରକ୍ଷା, ଲାବୋଟାରୀ ଓ,ପ୍ରସୁତିଗୃହର ବ୍ୟବସ୍ଥା , ବର୍ଜ୍ୟବସ୍ତୁ ପକାଯାଉଥିବା ସ୍ଥାନ ସହ ନବନିର୍ମିତ ଔଷଧିୟ ବଗିଚା ଆଦି ବୁଲି ଦେଖିଥିଲେ । ଏହି ପରଦର୍ଶନ ସମୟରେ ଜିଲ୍ଲାପ୍ରକଳ୍ପ ଅଧିକାରୀ ଗିତାଞଳିଦାସ ,ଡ.ଶୁଭ୍ରାଂଶୁ ପ୍ରଧାନ,ଡ.ସୋହନ ହେମ୍ରମ ପ୍ରମୁଖ ଉପସ୍ଥିତ ଥିଲେ । ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଏହି ସଦସ୍ୟମାନଙ୍କୁ ସ୍ୱାଗତ କରାଯାଇଥିଲା ।

Leave A Reply

Your email address will not be published.