କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

0 233

ସଂକ୍ଷେପରେ ଖବର ଆଜିର ,ତାରିଖ ୦୨/୦୬/୨୦, ମଙ୍ଗଳବାର, ଆଜି ନିର୍ଜ୍ଜଳା ଏକାଦଶୀ ଓ ଋକ୍ମୀଣୀ ବିବାହ
୧-ଭୁବନେଶ୍ୱର:ଜୁଲାଇ ୩୧ଯାଏଁ ରାଜ୍ୟର ସମସ୍ତ ସ୍କୁଲ୍, କଲେଜ ଓ କୋଚିଙ୍ଗ୍ ସେଣ୍ଟର୍ ବନ୍ଦ। ଜୁନ୍ ୩୦ ଯାଏଁ ଖୋଲିବନି ସପିଂ ମଲ୍, ସିନେମା ହଲ, ମନ୍ଦିର । ୩୦ ପ୍ରତିଶତ କ୍ଷମତାରେ ଖୋଲିବ ହୋଟେଲ୍।
୨-ଆଳି: କ୍ବାରେଣ୍ଟାଇନ ଅନ୍ତେବାସୀଙ୍କୁ ଭାବ ବିହ୍ବଳ ବିଦାୟ ପରେ କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଗୋବିନ୍ଦପୁର ପଞ୍ଚାୟତର ସରପଞ୍ଚ ପଦ୍ମାଳୟା ଧଳଙ୍କୁ ମିଳୁଛି ବିପୁଳ ପ୍ରଶଂସା, ନବୀନ ନିବାସରୁ ଆସିଲା ଡାକରା।
୩-ବର୍ଷା ଓ ବଜ୍ରପାତ ନେଇ ରାଜ୍ୟର ୧୬ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଜ୍ଞାନ କେନ୍ଦ୍ର।
୪-ପୁରୀ: ଜୁଲାଇ ୫ପରେ ଶ୍ରୀମନ୍ଦିରରେ ଭକ୍ତଙ୍କୁ ପ୍ରବେଶ ଅନୁମତି।
୫-ଛେପ ପକାଇଲେ,ମାସ୍କ ନ ପିନ୍ଧିଲେ ମୋଟା ଅଙ୍କର ତଣ୍ଡ । ପ୍ରଥମ ଓ ଦ୍ୱିତୀୟ ଥର ପାଇଁ ୫୦୦ ଟଙ୍କା ଜୋରିମାନା । ତୃତୀୟ ଥର ବିନା ମାସ୍କରେ ଗୋଡ଼ କାଢ଼ିଲେ ଗଣିବେ ୧୦୦୦ ଟଙ୍କା।
୬-ବଢ଼ିଲା ଧାନର ସହାୟକ ମୂଲ୍ୟ: କ୍ବିଣ୍ଟାଲ ପିଛା ହେଲା ୧୮୬୮ ଟଙ୍କା।
୭-ଓଡ଼ିଶାରେ ଜୁନ ୩୦ ଯାଏଁ ବଳବତ୍ତର ରହିବ ଲକ୍ ଡାଉନ୍, ପ୍ରତି ସପ୍ତାହରେ ଶନିବାର ରବିବାର କରୋନା ଆକ୍ରାନ୍ତ ବଢ଼ିଥିବା ୧୧ ଜିଲ୍ଲା ସଟ୍‌ଡାଉନ୍ ଘୋଷଣା।ରାତି ୭ଟାରୁ ସକାଳ ୫ଟା ବାହାରେ ବୁଲିବା ମନା; ନିୟମକୁ କଡାକଡି ପାଳନ କରିବାକୁ ଆହ୍ୱାନ।
୮-କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ : ପ୍ରଭାବରେ କେରଳରେ ବର୍ଷା ଆରମ୍ଭ,ସୂଚନା ଦେଲା ଭାରତୀୟ ପାଣିପାଗ ବିଭାଗ
୯-୧୮ ରାଜ୍ୟସଭା ଆସନ ପାଇଁ ଜୁନ ୧୯ରେ ନିର୍ବାଚନ।
୧୦-ଗୁଜରାଟ ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ନିସର୍ଗ । ସ୍ଥଳଭାଗ ଛୁଇଁବା ସମ୍ଭାବନା ଥିବାରୁ ଗୁଜରାଟ, ମହାରାଷ୍ଟ୍ରରେ ଏନଡିଆରଏଫ ମୁତୟନ।
୧୧-ଭାରତରେ ଆରମ୍ଭ ହୋଇଛି ଗୋଷ୍ଠୀ ସଂକ୍ରମଣ; କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଉଦବେଗ ପ୍ରକାଶ କଲେ ସ୍ବାସ୍ଥ୍ୟ ବିଶେଷଜ୍ଞ।
୧୨-ଛତିଶଗଡ଼ ଭରତପୁର ଜଙ୍ଗଲରେ ପଙ୍ଗପାଳ: ପଶ୍ଚିମ ଓଡ଼ିଶାର ୬ ଜିଲାକୁ ବିପଦ, ଆଜି ଲଖନପୁର ଯିବେ କୃଷି ବିଭାଗ ଟିମ୍।
୧୩-ପୋଲିସ ହାତରେ ଅଶ୍ୱେତ ବ୍ୟକ୍ତିଙ୍କ ମୃତ୍ୟୁ ନେଇ ଆମେରିକାରେ ବର୍ଣ୍ଣ ବୈଶମ୍ୟ ହିଂସା, ଆନ୍ଦୋଳନକାରୀଙ୍କ ସମର୍ଥନରେ ଟ୍ଵିଟର ତା’ର ବ୍ଲୁ ବାର୍ଡକୁ କଲା ବ୍ଲାକ୍‌।ଅଣ୍ଡରଗ୍ରାଉଣ୍ଡ ବଙ୍କରରେ ରାଷ୍ଟ୍ରପତି ଟ୍ରମ୍ପ।

Leave A Reply

Your email address will not be published.