ଭୁବନେଶ୍ୱର,୨୪ା୧୨(ଏସଏସନିଉଜ) ତାମିଲନାଡ଼ୁର ଥେନିଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟଛି। କୁମୁଲି ପାହାଡ଼ର ରାସ୍ତାତଳକୁ ଏକ କାର ୪୦ଫୁଟ ଖାଇକୁ ଖସିପଡ଼ିବା ଯୋଗୁଁ ୮ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ଜଣ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତକ ଜିଲ୍ଲାର ଆନ୍ଦିପାଟ୍ଟି ବାସିନ୍ଦା ଥିବାବେଳେ ସେମାନଙ୍କ ମଧ୍ୟରେ ଜଣେ ନାବାଳକ ରହିଛି ।ସାବରିମାଲାରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।
