ଖୋଳ,ଝାଂଞରେ କମ୍ପିଲା ବାରଙ୍ଗ

ଭୁବନେଶ୍ୱର,୧୪/୧୧-ପୁରାତନ ପ୍ରଥା , ପରମ୍ପରା ଓ ଲୋକକଳା ବୁଡିଯାଉଥିବାବେଲେ ଏହାକୁ ବଂଚାଇ ରଖିବାର ପ୍ରୟାସ ଆରମ୍ଭ ହୋଇଛି । ବାରଙ୍ଗ ଅଂଚଳବାସୀ ଗଣପର୍ବ କାର୍ତିକେଶ୍ୱର ପୁଜାକୁ ଧୁମଧାମ୍ ସହ ପାଳୁଥିବାବେଳେ ୪୮ମଣ୍ଡଳ ପକ୍ଷରୁ ନାମସଙ୍କିର୍ତନ ବାଲିଯାତ୍ରା ମହୋସ୍ ବ ପାଳନ କରାଯାଉଥିଲା । ଗୁରୁବାର ଥିଲା ଏହାର ତୃତୀୟ ଦିବସ । ଅଂଚଳର ବୟସ୍କଲୋକମାନେ ଏକାଠିହୋଇ ବାରଙ୍ଗଅଂଚଳକୁ ଖୋଳ,ଝାଂଞର ଶବ୍ଦରେ ପ୍ରକମ୍ପିତ କରିଥିଲେ ।

କଂଟାପାଟଣା ସ୍ଥିତ ମଦନମୋହନ ମଠମନ୍ଦିରରୁ ବାଲିଯାତ୍ରା ସଭାସ୍ଥଳ ପର୍ଯ୍ୟନ୍ତ ସଙ୍କିର୍ତନ ଶୋଭାଯାତ୍ରାରେ ଆସି ଏକ ଅଧ୍ୟାମ୍ କ ପରିବେଶ ସୃଷ୍ଟିକରିବାରେ ସହାୟକ ହୋଇଥିଲେ ।ଏହାପରେ କଂଟାପାଟଣା,ବ୍ରାହ୍ମଣିଗାଁ,ବଛିପୁର,ବେଲଗଛିଆ,ଦାରୁଠେଙ୍ଗ ଆଦି ୧୬ଟି ଗ୍ରାମରୁ ଆସିଥିବା ସଙ୍କିର୍ତନ ଦଳମାନଙ୍କୁ ନେଇ ପ୍ରତିଯୋଗୀତା ହୋଇଥିଲ । ରାତି ୭ଟାରେ ବାଙ୍କୀବିଧାୟକ ଦେବୀରଞନତ୍ରିପାଠୀ ,ଗୃହନିର୍ମାଣ ନିଗମର ଅଧକ୍ଷ ପ୍ରିୟଦର୍ଶୀ ମିଶ୍ର,ବାରଙ୍ଗଆଂଚଳିକ ଶାନ୍ତିକମିଟିର ସଭାପତି ପ୍ରତାପ ଚନ୍ଦ୍ର ପାଣି,ସମ୍ପାଦକ ସୁରେଶ ମହାନ୍ତି ପ୍ରମୁଖ ଅତିଥିଭାବେ ଯୋଗଦାନ କରି କୃତି ସଙ୍କିର୍ତନ ଦଳକୁ ସମ୍ମାନୀତ କରିଥିଲେ । ଅଧିକାରୀ ଦିଲିପ କୁମାର ସାମନ୍ତରାୟ ଏହାକୁ ପରିଚାଳନା କରିଥିଲେ ।

Comments (0)
Add Comment