କିିଭଳି ହେବ ଜୀବାଣୁମୁକ୍ତ ପନିପରିବା

0 286

ଆସନ୍ତୁ ଜାଣିବା -ଫଳ ଓ ପନିପରିବା ଜୀବାଣୁ ମୁକ୍ତ ର ଉପାୟ । 
ଆମେ ବଜାରରୁ ଆଣୁଥିବା ଫଳ ଓ ପନିପରିବାରେ ଅନେକ ପ୍ରକାର ଜୀବାଣୁ ରହିଥାନ୍ତି । ଫେଡେରାଲ ହେଲ୍ଥ ବିଭାଗ ରିପୋର୍ଟ ଅନୁଯାୟୀ, ପ୍ରତି ବର୍ଷ ପାଖାପାଖି ୪୮ ମିଲିୟନ ଲୋକ ଫଳ ଓ ପନିପରିବା ରେ ଥିବା ଜୀବାଣୁ ଯୋଗୁଁ ଅସୁସ୍ଥ ହୋଇଥାନ୍ତି । ଅଧିକାଂଶ ଲୋକ ଜାଣିଛନ୍ତି ଯେ, ଆମିଷକୁ ଭଲ ଭାବେ ସଫା କରି ଖାଇବା ଉଚିତ କାରଣ ଏଥିରେ ଅଧିକ ଜୀବାଣୁ ଥାଆନ୍ତି । ଭଲ ଭାବେ ସଫା ନ କରି ଖାଇଲେ ନାନା ରୋଗ ହେବାର ସମ୍ଭାବନା ରହିଥାଏ । କିଛି ବର୍ଷ ପୂର୍ବରୁ ଆମେରିକାରେ ବହୁ ଲୋକ ଫଳ ଓ ପରିବା ଯୋଗୁଁ ରୋଗାକ୍ରାନ୍ତ ହୋଇଥିଲେ । ଏହି ପରିବା ମଧ୍ୟରେ ପାଳଙ୍ଗ ଶାଗ, ଟମାଟୋ, ବନକ ଆଦି ସାମିଲ ଥିଲା ।ଫୁଡ ଆଣ୍ଡ ଡ୍ରଗର ଅଧିକାରୀ ତଥା ଖାଦ୍ୟ ପାନୀୟ ରୋଗ ବିଶେଷଜ୍ଞ ଗ୍ଲେଣ୍ଡ ଲିୱିଶ କହିଛନ୍ତି ଯେ ତଟକା ପରିବାରେ ମଧ୍ୟ ଜୀବାଣୁ ଥାନ୍ତି । ପରିବା ଉତ୍ପାଦନ ସମୟରେ ବା ଚାଷ ସମୟରେ ଏହି ପରିବା ଏବଂ ଫଳ ବିଭିନ୍ନ ପଶୁପକ୍ଷୀଙ୍କ ସଂସ୍ପର୍ଶରେ ଆସିଥାନ୍ତି । ମାଟି ଓ ପାଣିରେ ଥିବା କିଛି ଉପାଦାନ ମଧ୍ୟ କ୍ଷତି ପହଞ୍ଚାଇଥାଏ । ଜମିରୁ ଉତ୍ପାଦନ ଆସିବା ପରେ ମଧ୍ୟ ନାନା ଲୋକଙ୍କ ସଂସ୍ପର୍ଶରେ ଆସିଥାଏ ଯେଉଁଥିପାଇଁ ଜୀବାଣୁ ଜନିତ ରୋଗର ଆଶଙ୍କା ରହିଥାଏ । ଏହାପରେ ମଧ୍ୟ ଫୁଡ ପ୍ୟାକିଂ ଏବଂ ଷ୍ଟୋରେଜ ମାଧ୍ୟମରେ ଏହା ଜୀବାଣୁ ସଂସ୍ପର୍ଶରେ ଆସିଥାଏ । ଫଳ କିମ୍ବା ପନିପରିବା କିଣିବା ସମୟରେ କଟିଯାଇଥିବା କିମ୍ବା ଖଣ୍ଡିଆ ହୋଇଯାଇଥିବା ପରିବା କେବେ ମଧ୍ୟ କିଣିବା ଉଚିତ ନୁହେଁ । କାରଣ କଟିଯାଇଥିବା ପରିବାରେ ଅଧିକ ଜୀବାଣୁ ରହିଥାଏ ।ବଜାରରୁ କିଣୁଥିବା ଫଳ ଓ ପରିବା ଆଦିକୁ ଜୀବାଣୁ ମୁକ୍ତ କରିବାକୁ ହେଲେ,

  ଏହି ୭ଟି ଟିପ୍ସ ଅବଲମ୍ବନ କରନ୍ତୁ :-
ପରିବା କାଟିବା ପୂର୍ବରୁ ଏବଂ ପରେ ନିଜ ହାତକୁ ୨୦ ସେକେଣ୍ଡ ଯାଏଁ ଭଲ ଭାବେ ଉଷୁମ ପାଣିରେ ଧୁଅନ୍ତୁ ।
ରୋଷେଇ କରିବା ପୂର୍ବରୁ ପରିବା ଯଦି କୌଣସି ଭାଗରୁ ନଷ୍ଟ ହୋଇଯାଇଥାଏ ତାହେଲେ ସେହି ଭାଗକୁ କାଟି ଭଲ ଭାବେ ସଫା କରନ୍ତୁ ।
ଫଳ କିମ୍ବା ପରିବା କାଟିବା ପୂର୍ବରୁ ଛୁରୀକୁ ମଧ୍ୟ ଭଲ ଭାବେ ଧୋଇ ସଫା କରନ୍ତୁ ଯେପରିକି ଛୁରୀରେ ଥିବା ବ୍ୟାକ୍ଟେରିଆ ଫଳ କିମ୍ବା ପରିବାକୁ ନ ଯାଏ ।
ଫଳ ଓ ପରିବାକୁ ରୋଷେଇ କରିବା ପୂର୍ବରୁ ଭଲ ଭାବେ ଧୋଇ ଦିଅନ୍ତୁ । ସାବୁନରେ ଧୋଇବା କିଛି ଆବଶ୍ୟକ ନାହିଁ । ପାଣି ଟ୍ୟାପ ଆଗରେ ଭଲ ଭାବେ ଧୋଇବା ଆବଶ୍ୟକ ।
କଖାରୁ, କାକୁଡି ଆଦି ପରିବାକୁ ପରିବା ଧୁଆ ବ୍ରସରେ ଭଲ ଭାବେ ଘଷି ସଫା କରନ୍ତୁ ।
ପରିବା କିମ୍ବା ଫଳକୁ ଭଲ ଭାବେ ଧୋଇବା ପରେ ତାକୁ ଏକ ସଫା ନ୍ୟାପକିନରେ ପୋଛି ଦିଅନ୍ତୁ କିମ୍ବା ସଫା କପଡାରେ କିଛି ସମୟ ରଖିଦିଅନ୍ତୁ । ଯଦିବା କିଛି ବ୍ୟାକ୍ଟେରିଆ ଥିବା ତାହେଲେ ସେ ମଧ୍ୟ ସଫା ହୋଇଯିବ ।
ବନ୍ଧାକୋବି ଏବଂ ଅନ୍ୟାନ୍ୟ ପତ୍ରଯୁକ୍ତ ପରିବାର ୨-୩ ପରାସ୍ତ ପତ୍ର କାଢି ଫୋପାଡ଼ି ଦିଅନ୍ତୁ ଏବଂ ଭଲ ଭାବେ ସଫା କରି ରୋଷେଇ କରନ୍ତୁ ।ଗ୍ଲେଣ୍ଡ ଲିୱିଶ କହିଛନ୍ତି ଯେ,ପରିବାକୁ ଫ୍ରିଜରେ ୪୦ ଡିଗ୍ରୀ କିମ୍ବା ତାଠାରୁ କମ ତାପମାତ୍ରାରେ ରଖିବା ଉଚିତ ।

Leave A Reply

Your email address will not be published.