କୁକୁର ଉପରେ ଗାଡି ଚଢାଇ ଡ୍ରାଇଭର ଗିରଫ

0 492

ଭୁବନେଶ୍ବର:୧୮/୧୧- ରାସ୍ତାରେ  ଶୋଇଥିବା କୁକୁର ଉପରେ ଗାଡି ଚଢାଇ ମାରିଥିବା ଅଭିଯୋଗରେ ଡ୍ରାଇଭରକୁ ଗିରଫ କରିଛି କମିସନବରଟ୍ ପୋଲିସ । ଏଭଳି ଘଟଣା ଘଟିଛି ଚନ୍ଦ୍ରଶେଖର ଥାନା ଶୌଳଶ୍ରୀ ବିହାର ଅଞ୍ଚଳରେ । ପ୍ରକାଶ ଯେ , ଗତକାଲି ରାତିରେ  କାହ୍ନୁ ଚରଣ ଗିରି ନାମକ ଓଲା ଡ୍ରାଇଭର  ଗାଡି ନେଇ ଆସୁଥିବା ବେଳେ ଶୌଳଶ୍ରୀ ବିହାର ଅଞ୍ଚଳର ରାସ୍ତା କଡରେ ଶୋଇଥିବା ୪ଟି କୁକୁର ଛୁଆ ଉପରେ ଗାଡି ଚଢାଇ ମାରିଦେଇଥିଲା । ଏ ନେଇ ପିପୁଲ୍ ଫର ଆନିମଲ ପକ୍ଷରୁ ଚନ୍ଦ୍ରଶେଖରପୁର ଥାନାରେ ଅଭିସୋଗ କରିଥିଲେ । ଅଭିଯୋଗକୁ ଭିର୍ତ୍ତିକରି ପୋଲିସ କାହ୍ନୁକୁ ସୋମବାର ଗିରଫ କରିଥିବା ଜଣାପଡିଛି ।

Leave A Reply

Your email address will not be published.