କୁମାରଖୁଂଟିକୁ ଆସିଲା ନରହନ୍ତା ଦନ୍ତା.ଚିନ୍ତାରେଗ୍ରାମବାସୀ

0 507

ଚନ୍ଦକା ,୨୯/୧(ଏସଏସନିୟୁଜ)କୁମାରଖୁଂଟି ଆସିଲା ନରହତ୍ୟା କାରୀ ଦନ୍ତା ।ବନ୍ଧା ହୋଇ ରହିଥିଲେ ମଧ୍ୟ ନରହତ୍ୟା ଭଳି କଳଙ୍କିତ ଆଭୁଷଣକୁ ବହନ କରିଛି । ଯାଜପୁର ଜିଲ୍ଲାରେ୧୦ଦିନ ଧରି ଆତଙ୍କ ଖେଳାଇଥିବା ଗୋଠଛଡା ଦନ୍ତାହାତୀ ଜଣେ ନାବାଳକ ସହ ୪ଜଣଙ୍କୁ ପାଦରେ ଦଳି ହତ୍ୟାକରିବା ସହ ସେ ଅଂଚଳରେଆତଙ୍କ ଖେଳାଇଥିଲା । ଏହି ନରହତ୍ୟାକାରୀ ଦନ୍ତା ସମସ୍ତଙ୍କ ମୁଣ୍ଡବ୍ୟଥାରକାରଣ ପାଲଟିଥିଲା ।ତାକୁ ଧରିବାକୁ ଜଙ୍ଗଲବିଭାଗର କର୍ମଚାରୀମାନେ ନାହିଁନଥିବା ହଇରାଣ ହେବାକୁ ପଡିଥିଲା । ୨୭ତାରିଖରେ ଧରା ଦେଇଥିଲା ଦନ୍ତା । ଡ୍ରୋନକ୍ୟାମେରାରେ ଠାବ କରିବାପରେ ଧରିବାର ଯୋଜନା ଆରମ୍ଭ ହୋଇଥିଲା । ୪ଟି ବନାଂଚଳରୁ ୨୦୦ରୁ ଉର୍ଦ୍ଧ କର୍ମଚାରୀ ଏହି ଦନ୍ତାଧରା ଅଭିଯାନରେସାମିଲ ହୋଇଥିଲେ । ସନ୍ଧ୍ୟା ୬ଟାରେ ଚିହ୍ନଟକରାଯାଇଦ୍ୱିତୀୟ ନିସ୍ତେଜକ ଦେବାପରେ ଧରିବାରେ ସୁବିଧାହୋଇଥିଲା । ନିସ୍ତେଜକ ଦେବାର କିଛିସମୟ ପରେ ଦୁଇଟି ଜେସିବି ମାଧ୍ୟମରେ କାବୁ କରାଯାଇଥିଲା ।ଏହି ନରହତ୍ୟାକାରୀ ଦନ୍ତାକୁ ଦେଖିବାପାଇଁ ଲୋକମାନଙ୍କର ପ୍ରବଳ ଭୀଡ ଲାଗିରହିଥିଲା । ପରିସ୍ଥିତିକୁ ଦେଖି ଏକ ଟ୍ରକଯୋଗେ ଦନ୍ତାକୁ ସ୍ଥାନାନ୍ତର ପାଇଁଉଦ୍ୟମ ହୋଇଥିଲା । ବାଟରେଆସିବାବେଳେ ସ୍ଥାନୀୟ ଗ୍ରାମବାସୀମାନେ ନିକଟସ୍ଥ ଜଙ୍ଗଲରେଛାଡିବାକୁ ବିରୋଧ କରିବା ସହ ଗାଡି ଆଗରେ ବସିରହିଥିଲେ । ମଙ୍ଗଳବାର ରାତି୩.୪୫ମିନଟରେ ଦନ୍ତାକୁ ଚନ୍ଦକାର କୁମାରଖୁଂଟିରେଆଣି ଛଡାଯାଇଥିଲା । ତାରସ୍ୱାସ୍ଥ୍ୟବସ୍ଥାକୁ ଓୟୁଏଟିର ଡାକ୍ତରମାନେ ଅନୁଧ୍ୟାନ କରିବା ସହ କର୍ମଚାରୀମାନେ ଜଗିରହିଛନ୍ତି । ତେବେ ଏହି ଦନ୍ତାକୁ ଚନ୍ଦକା ଜଙ୍ଗଲରେ ଛଡାଯିବାର ନିଷ୍ପତି ହୋଇପାରେ ବୋଲି ନିକଟସ୍ଥ ଗ୍ରାମବାସୀମାନେ ଅନୁମାନ କରି ଚିନ୍ତାପ୍ରକଟ କରିବାକୁ ଆରମ୍ଭ କରିଛନ୍ତି । ଯାହାକୁ ନେଇ ଜଙ୍ଗଲକଡରେଥିବା ଗ୍ରାମବାସୀମାନେ ଏବେ ଭୟକରିବାକୁ ଲାଗିଲେଣି । କୁମାରଖୁଂଟିରେ ଆଗରୁ ରହିଛି ଶଙ୍କର । ଶଙ୍କର ମଧ୍ୟ କିଛି କମ ନୁହେଁ । ସେବି ନରହତ୍ୟାକରି ନିର୍ବାସନର ଦଣ୍ଡ ଭୋଗୁଛି । ଶଙ୍କର ଅଦ୍ୟାବଧି ତାର ପକୃତି ପରିବର୍ତନ କରିନଥିବାରୁ ଗୋଡରେବେଡି ପଡିରଖାଯାଉଛି । ଯିଏ ମଣିଷ ମାରିଲା ସେହି ହାତି କଣ କୁମାରଖୁଂଟିରେ ରହିବ ବୋଲି ଗ୍ରାମବାସୀମାନେ ଉଠାଇଚନ୍ତି ପ୍ରଶ୍ନ ।

Leave A Reply

Your email address will not be published.