ଲୋକ ଦେଖିବେ ନବୀନଙ୍କ ଡିଜିଟାଲ୍ ରାଲି

0 312

ଖବର ଆଜି ସକାଳର ,ତାରିଖ ୧୦/୧୦/୨୦ ଶନିବାର।
୧-ରାବାଡାଙ୍କ ଘାତକ ବୋଲିଂ । ୧୩୮ ରନରେ ଅଲଆଉଟ ହେଲା ରାଜସ୍ଥାନ ଦଳ । ୪୬ରନରେ ବିଜୟ ହାସଲ କଲା ଦିଲ୍ଲୀ କ୍ୟାପିଟାଲ୍ସ ।
୨-ସାଇକେଲରେ ଆସି ପ୍ରାର୍ଥିପତ୍ର ଦାଖଲ କଲେ ଦର୍ଜି, କହିଲେ ବିଧାୟକ ହେଲେ ପ୍ରଥମେ ନିଜର ବିକାଶ କରିବି।–ଶେଖପୁରାର ବରବିଘା ବିଧାନସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଥିବା ଜଣେ ଦର୍ଜିଙ୍କ କଥା
୩–ବାଲେଶ୍ବର ସଦର ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଲୋକ ଦେଖିବେ ନବୀନଙ୍କ ଡିଜିଟାଲ୍ ରାଲି !
୪-ସାରା ରାଜ୍ୟରେ ୧୧୨୦ଟି ଔଷଧ ଦୋକାନରୁ କିଣିହେବ ଫାଭିପିରାଭିର, ଅନୁମତି ଦେଲେ ଓଡ଼ିଶା ସରକାର।
୫-ଓ୍ବାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ୍‌କୁ ନୋବେଲ୍ ଶାନ୍ତି ପୁରସ୍କାର।
୬-ଘରୋଇ ଟେଲିଭିଜନ ଚ୍ୟାନେଲଗୁଡ଼ିକ ଟିଆର୍‌ପି ଜାଲିଆତି କରୁଥିବା ନେଇ ଜାତୀୟ ସ୍ତରରେ ଜୋର୍‌ଦାର୍ ଚର୍ଚ୍ଚା ହେଉଥିବା ବେଳେ ସମସ୍ତ ଘରୋଇ ଟିଭି ଚ୍ୟାନେଲ ପାଇଁ ଗାଇଡ୍‌ଲାଇନ ଜାରି କରିଛି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ।
୭-୧୨ରେ ଏକକ ପିଜି ପ୍ରବେଶିକା ପରୀକ୍ଷା, ୮୩ଟି ଷ୍ଟ୍ରିମ୍‌ରେ ନାମ ଲେଖାଇବା ପାଇଁ ଆବେଦନ କରିଛନ୍ତି ୬୨୨୦୦ ଛାତ୍ରଛାତ୍ରୀ.
୮-ଉପନିର୍ବାଚନ ପାଇଁ ଜାରି ହେଲା ବିଧିବଦ୍ଧ ବିଜ୍ଞପ୍ତି : ୧୬ ସୁଦ୍ଧା ସରିବ ନୋମିନେସନ, କୋଭିଡ୍ ଗାଇଡଲାଇନ୍ସରେ ପ୍ରଚାରରୁ ଭୋଟ୍ ଯାଏଁ ସବୁ ହେବ ନିଆରା।
୯-କରୋନା ଆକ୍ରାନ୍ତ ହେବାର ୪ଦିନ ଭିତରେ ସୁସ୍ଥ ହେଲେ ଆମେରିକା ରାଷ୍ଟ୍ରପତି । ୱାଲ୍ଟର ରିଡ ଆର୍ମି ହସ୍ପିଟାଲରେ ଚିକିତ୍ସିତ ହେବା ପରେ ହ୍ୱାଇଟ ହାଉସ ଫେରିଲେ ଟ୍ରମ୍ପ । ଚିକିତ୍ସାରେ ଏକ ନୂଆ ପରୀକ୍ଷଣ ହୋଇଥିଲା ।
୧୦-କଳାକାରଙ୍କୁ ଡିସେମ୍ବର ଯାଏ ଆଗୁଆ ଭତ୍ତା।
୧୧-ଭୁବନେଶ୍ୱରରେ ଆରମ୍ଭ ହେଲା ସାଇକେଲ୍‌ଗିରି।
୧୨-ଭାରତ ପରେ ପାକିସ୍ତାନରେ ବ୍ୟାନ ହେଲା ଟିକଟକ୍ ଆପ । ଅଶ୍ଳୀଳତା ପରିବେଷଣ ନେଇ ସରକାରଙ୍କ ଗାଇଉଲାଇନ ଉଲଙ୍ଘନ ଅଭିଯୋଗରେ ପଦକ୍ଷେପ ନେଲା ପାକ୍ ଟେଲିକମ୍ୟୁନିକେସନ ଅଥରିଟି ।
୧୩-ଭାରତକୁ ମିଳିଲା ସୁଇସ୍ ବ୍ୟାଙ୍କ ଆକାଉଣ୍ଟରେ ଦ୍ୱିିତୀୟ ତାଲିକା । ଭାରତ ସମେତ ୮୬ଟି ଦେଶକୁ ତଥ୍ୟ ଯୋଗାଇଲେ ସୁଇଜରଲ୍ୟାଣ୍ଡ ସରକାର । ମୋଟ୍ ୩୧ ଲକ୍ଷ ଆକାଉଣ୍ଟର ତଥ୍ୟ ଦେଲା ଏଫଟିଏ ।
୧୪-ଭାରତୀୟ ବାୟୁସେନାକୁ ମିଳିଲା ଆଉ ଏକ ବଡ଼ ଅସ୍ତ୍ର । ବାଲେଶ୍ୱରର ଟେଷ୍ଟିଂ ରେଂଜରୁ ରୁଦ୍ରମ-୧ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । ଶତ୍ରୁପକ୍ଷର ରାଡାର ନଷ୍ଟ କରିବାକୁ ସକ୍ଷମ ରୁଦ୍ରମ୍ କ୍ଷେପଣାସ୍ତ୍ର ।
୧୫-ହାଥରସ୍ କାଣ୍ଡକୁ ନେଇ ଇଡିଙ୍କ ସଫେଇ, ଭୀମ୍ ଆର୍ମୀ ସହିତ ନାହିଁ ପିଏଫଆଇର ଲିଙ୍କ୍ । ୧୦୦ କୋଟି ଟଙ୍କା ବିଦେଶୀ ଫଣ୍ଡର କଥାର ନାହିଁ ପ୍ରମାଣ।
୧୫-ବଡ଼ ପରଦାରେ ରିଲିଜ ହେବ ସୁଶାନ୍ତ ସିଂହ ରାଜୁପୁତଙ୍କ ଫିଲ୍ମ ‘ଦିଲ୍ ବେଚାରା’, ପ୍ରଥମେ ଓଟିଟି ଫ୍ଲାଟଫର୍ମରେ ଦେଖି ଥିଲେ ଦର୍ଶକ।
୧୬-ଅକ୍ଷୟ କୁମାରଙ୍କ ’ଲକ୍ଷ୍ମୀ ବମ୍’ ଟ୍ରେଲର ରିଲିଜ; ନଭେମ୍ବର ୯ରେ ରିଲିଜ୍ ହେବ ଏହି ହରର-କମେଡ଼ି ଫିଲ୍ମ।
୧୭‘ବିଗ୍ ବିଲିୟନ ଡେଜ୍ ସ୍ପେଶାଲ୍ସ’ ସହିତ ଆକର୍ଷଣୀୟ ଅଫର୍ ଆଣିଛି ଫ୍ଲିପ୍‌କାର୍ଟ।

Leave A Reply

Your email address will not be published.