ଲକ୍ ଡାଉନ୍ କୁ ଅମାନ୍ୟ

0 282

ଥାନାରେ ଲିଖିତ ଦେଇ ଫେରିଲେ ବ୍ୟବସାୟୀ,କାରବାର ସମୟ ନିର୍ଦ୍ଧାରଣ କରୁ ପ୍ରଶାସନ
ଡେଲାଙ୍ଗ,୨୭/୩(ଏସଏସନିୟୁଜ) କରୋନା ସୁରକ୍ଷା ସତର୍କତା ପାଇଁ ୨୪ ତାରିଖ ଠାରୁ ଜାରି ହୋଇଥିବା ଲକ୍ ଡାଉନ୍ ପାଇଁ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ନାକେଦମ ହେବା ଦେଖାଯାଇଛି । କେତେକ ବ୍ୟବସାୟୀ ତାଙ୍କ ଦୋକାନ ଆଗରେ ୫ ଜଣରୁ ଅଧିକ ଗ୍ରାହକ ଠିଆ ହେବା ଦେଖି ପାଟ୍ରୋଲିଂ ପୋଲିସ ବ୍ୟବସାୟୀଙ୍କୁ ଥାନାକୁ ଉଠାଇ ଆଣିଛନ୍ତି ଓ ଆଇନ ଅମାନ୍ୟ କରିବେ ନାହିଁ ମୁଚାଲିକା ଲେଖି ଛାଡ଼ିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି । ବ୍ଲକ୍ ପ୍ରଶାସନ ପକ୍ଷରୁ ବିଭିନ୍ନ ବଜାର ଓ ଗାଁରେ ବୁଧବାର ଡାକବାଜି ଯନ୍ତ୍ରରେ ଘରୁ ନ ବାହାରିବା ପାଇଁ ନିବେଦନ କରାଯାଇଛି । ତହସିଲଦାର ତଥା ଦାୟିତ୍ୱରେ ଥିବା ମାଜିଷ୍ଟ୍ରେଟ୍ ଓ ଡେଲାଙ୍ଗ ଥାନା ପାଟ୍ରୋଲିଂ ପୋଲିସ ୨ଟି ଗାଡ଼ିରେ ସଶସ୍ତ୍ର ପୋଲିସ ପଇଁତରା ମାରି ୨ ଚକିଆ, ୪ ଚକିଆ ଆରୋହୀଙ୍କୁ ଅଟକାଇ ପରିଚୟ ଯାଂଚଞ୍ଚ କରୁଛନ୍ତି । ପ୍ରଭାତ କ୍ଲବ୍‌ର ୨୦ ଜଣ ସ୍ୱେଚ୍ଛାସେବୀ ସଭ୍ୟ ଡେଲାଙ୍ଗ ଷ୍ଟେସନ ବଜାର ଠାରେ ପୃଥକ ଭାବେ ସଚେତନତା ପାଇଁ ଉଦ୍ୟମ ଜାରି ରଖିବା ସହ ବାଇକ ଆରୋହୀଙ୍କୁ ବୁଝାଇ ଘରକୁ ଫେରାଉଥିବା ଦେଖାଯାଇଥିଲା । କ୍ଲବ୍‌ର ସଦସ୍ୟମାନେ ବିଭିନ୍ନ ଗ୍ରାମ ସଫେଇ ଓ ବିଶୋଧନ କାର୍ଯ୍ୟ ଆରମ୍ଭ କରିଛନ୍ତି । ନିତ୍ୟ ବ୍ୟବହାର ଅତ୍ୟାବଶ୍ୟକ ସାମଗ୍ରୀ ଖରିଦ କରିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦିଷ୍ଟ ସମୟ ଘୋଷଣା କରାଗଲେ ଖାଉଟିମାନେ ଠିକ୍ ସମୟରେ ନିଜ ନିଜର ସାମଗ୍ରୀ ବଜାରରୁ ସଂଗ୍ରହ କରିପାରିବେ ବୋଲି ବିଭିନ୍ନ ମହଲରୁ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.