ମା ଶବ କୁ ଉଦ୍ଧାର କରିବାକୁ ଯାଇ ପାଣି କୁ ଡେଇଁଲା ଝୀଅ

0 266

ଭୁବନେଶ୍ବର:୧୪/୪(ଏସଏସଏନ୍) ମଙ୍ଗଳବାର ଅପରାହ୍ନ ସମୟରେ ପୁରୀ କେନାଲରେ ମା ର ଶବ ଭାସୁଥିବା ଦେଖି ପୋଲିସ ଓ ଜନତାଙ୍କ ଉପସ୍ଥିତିରେ ମୃତ ମହିଳାଙ୍କ ଝିଅ ପାଣିକୁ ଡେଇଁପଡିଥିଲା । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ନନ୍ଦନକାନନ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ।

ଘଟଣାରୁ ପ୍ରକାଶ ଯେ , ଆଜି ଅପରାହ୍ନ ରେ ଉକ୍ତ ଥାନା ମରିଚିଆ ଗ୍ରାମ ନିକଟରେ ଥିବା କେନାଲରେ ଜଣେ ମହିଳାର ଶବ ଭାସୁଥିବାର କିଛି ପଥଚାରୀ ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ପୋଲିସ କୁ ଖବର ଜଣାଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଁଚି ବା ପରେ ଜାଣିବାକୁ ପାଇଥିଲେ ମୃତ ମହିଳା କେନ୍ଦୁପାଟଣା ଗ୍ରାମ ର ରବି ଦାସଙ୍କ ପତ୍ନୀ ବିଦ୍ୟୁଲତା  । ତେବେ ମା ର ଶବ ପାଣିରେ ଭାସୁଥିବାର ଖବରବପାଇ ଝୀଅ ଘଟଣା ସ୍ଥଳରେ ପହଁଚି ପୋଲିସ ଓ ଜନତାଙ୍କ ଉପସ୍ଥିତରେ ପାଣିକୁ ଡେଇଁପଡିଥିଲା । ପୋଲିସ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନଶମ ବାହୀନି ପହଁଚି ଝିଅ ଓ ମୃତ ମହିଳାଙ୍କ ଶବ ଉଦ୍ଧାର କରିଥିଲେ । ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ ହସ୍ପିଟାଲ କୁ ପଠାଇ ତଦନ୍ତ କରୁଥିବା ଜଣା ପଡିଛି ।

 

Leave A Reply

Your email address will not be published.