ମଧୁବନରେ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର ଜିନିଷ ନଷ୍ଟ

0 235

ଭୁବନେଶ୍ବର:୧୩/୧୨- ଶୁକ୍ରବାର ସକାଳ ସମୟରେ  ପାରାଦୀପ ମଧୁବନ ସ୍ଥିତ ହାଉସିଙ୍ଗ ବୋର୍ଡ କଲୋନୀରେ ଅଗ୍ନିକାଣ୍ଡ ହୋଇଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ହାଉସିଙ୍ଗ ବୋର୍ଡ କଲୋନୀରେ ଥିବା ସାରଳା ଏଣ୍ଟରପ୍ରାଇଜର୍ସ ର ଷ୍ଟୋର ଘରେ ନିଆଁ ଲାଗି ଯାଇଥିଲା। ଏଥିରେ ଷ୍ଟୋର ଘରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି। ଖବରପାଇ ଅଗ୍ନିଶମ ବିଭାଗର ଦମକଳ ଗାଡି ପହଁଞ୍ଚି ନିଆଁକୁ ଆୟତ କରିଛନ୍ତି। ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ଜଣାପଡିଛି ।

Leave A Reply

Your email address will not be published.