ମଣିଷ ପିଶାଚୁ କୁ ମୃତ୍ୟୁ ଭୟ , କାନ୍ଥରେ ପିଟୁଛି ମୁଣ୍ଡ

0 244

ଭୁବନେଶ୍ବର:୨୦/୨(ଏସଏସଏନ୍) ମଣିଷ ପିଶାଚକୁ ଏବେ ଘାରିଛି ମୃତ୍ୟୁର ଭୟ । ମୃତ୍ୟୁର ଭୟରେ ନିଜ ମୁଣ୍ଡକୁ କାନ୍ଥରେ ପିଟି ନିଜକୁ ଆହାତ କରିବାକୁ ଉଦ୍ୟମ କରୁଛି । ଆମେ ସେହି ମଣିଷ ପିଶାଚ କଥା କହୁଛୁ । ଯିଏ କି   ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବସ୍ତ ହୋଇ ଜେଲର ଚାରିକାନ୍ଥ ଭିତରେ ରହିଛି । ବୁଧବାର ଦିନ ଏହି କେସର ଅନ୍ୟତମ ଦୋଷୀ ବିନୟ ମୃତ୍ୟୁ ଭୟରେ ଜେଲର କାନ୍ଥରେ ନିଜ ମୁଣ୍ଡକୁ ବାରମ୍ବାର ପିଟିବା ସହ ନିଜକୁ ଆହତ କରିବାକୁ ଉଦ୍ୟମ କରୁଥିଲା ବୋବି ଜଣାପଡିଛି ।  ଏହି ସମୟରେ ଜେଲର ସୁରକ୍ଷାକର୍ମୀ ତାକୁ ରୋକିଥିଲେ। ଏହା ପରେ ବିନୟର ପ୍ରାଥମିକ ଚିକିତ୍ସା ପରେ ତାକୁ ପୁଣି ଜେଲରେ ବନ୍ଦ କରି ଦିଆଯାଇଛି  ଏବଂ ବିନୟର ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଥିବା  ଜେଲ୍ ପ୍ରସାଶନ ପକ୍ଷରୁ  ସୂଚନା ମିଳିଛି । ନିର୍ଭୟା ଦୋଷୀ ବାରମ୍ବାର ନିଜକୁ ଆହତ କରିବା ପାଇଁ ପ୍ରୟାସ କରୁଥିବାରୁ ଜେଲ୍ ପ୍ରଶାସନ ପକ୍ଷରୁ ସେମାନନଙ୍କ ସେଲ୍ ଆଗରେ ଅନ୍ତରୀଣ ସୁରକ୍ଷା କର୍ମୀଙ୍କ ବନ୍ଦୋବସ୍ଥ କରାଯାଇଛି। ଯାହା ଦ୍ବାରା ସୋମନଙ୍କ ଉପରେ ୨୪ ଘଣ୍ଟା ନଜର ରଖାଯାଇପାରିବ। ଏହା ସହ ଦୋଷୀମାନଙ୍କର ମାନସିକ ସ୍ଥିତିରେ ପରିବର୍ତ୍ତନ ପାଇଁ କାଉନସେଲିଂ ମଧ୍ୟ କରାଯାଉଛି।
ଜେଲ୍ ପ୍ରଶାସନ ଆହୁରିମଧ୍ୟ କହିଛନ୍ତି ତୃତୀୟ ତର ପାଇଁ ଡେଥ୍ ୱାରେଣ୍ଟ ଜାରି ହେବାପରେ ନିର୍ଭୟା ଦୋଷୀମାନେ ଆକ୍ରମଣାତ୍ମକ ଶୋଭାବର ହୋଇଯାଇଛନ୍ତି। ପ୍ରଥରେ ଜେଲରେ ରହିବା ସମୟରେ ଥିବା ଶୋଭାବରେ ବହୁତ ପରିବର୍ତ୍ତନ ହୋଇଛି। ଛୋଟ ଛୋଟ କଥାରେ ଦୋଷୀମାନେ ରାଗିଯାଉଛନ୍ତି । କାହା ସହ କଥାବର୍ତ୍ତା କରୁନାହାନ୍ତି। ନିଜ ସେଲ୍ ମଧ୍ୟରେ ଲଗାତାର ନିଜ ରାଗକୁ ଶାନ୍ତ କରିବାପାଇଁ ନିଜ ଶରୀରରେ କ୍ଷତି ପହଞ୍ଚାଇବା ପାଇଁ ଚେଷ୍ଟା କରୁଛନ୍ତି। ସୁଚନା ଅନୁଯାୟୀ , ଗତ ୧୪ ତାରିଖରେ ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ପ୍ରଥମେ ରାଜକ୍ଷମା ଆବେଦନ କରିଥିଲା। ଏହାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଦେଇଥିଲେ। ଏହା ବିରୋଧରେ ସେ ସୁପ୍ରିମକୋର୍ଟରେ ରିଟ୍ ପିଟିସନ ଦାଖଲ କରିଥିଲା। ହେଲେ ତାଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ । ଶୁଣାଣି ବେଳେ ବିନୟ ଶର୍ମାର ଓକିଲ ଏପ ସିଂହ ନିଜର ପକ୍ଷ ରଖି କହିଥିଲେ ଯେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୋଷୀ ବିନୟର ମାନସିକ ସ୍ଥିତିକୁ ଦୃଷ୍ଟିରେ ନ ରଖି, ତା’ର ରାଜକ୍ଷମା ଆବେଦନ ଖାରଜ କରିଛନ୍ତି। ଏବେ ବିନୟର ମାନସିକ ସ୍ଥିତି ଠିକ ନଥିବାରୁ ତା’କୁ ଫାଶୀ ଦଣ୍ଡରୁ ରକ୍ଷା କରାଯିବା ଉଚିତ ବୋଲି ସେ କହିଥିଲେ।
ହେଲେ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ସଲିସିଟର ଜେନେରାଲ ଏହାକୁ ବିରୋଧ କରିଥିଲେ। ସେ ବିନୟ ସଂପୂର୍ଣ୍ଣ ସୁସ୍ଥ ଓ ମାନସିକ ସ୍ତରରେ ସ୍ଥିର ଥିବା କୋର୍ଟଙ୍କୁ ଜଣାଇଥିଲେ। ଜଷ୍ଟିସ ଆର ଭାନୁମତି, ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ଏଏସ୍ ବୋପାନ୍ନାଙ୍କ ଖଣ୍ଡପୀଠ ବିନୟର କୌଣସି ଯୁକ୍ତି ଶୁଣି ନଥିଲେ। ମେଡିକାଲ ରିପୋର୍ଟ ଅନୁଯାୟୀ ବିନୟ ଶର୍ମା ସଂପୂର୍ଣ୍ଣ ସୁସ୍ଥ ଥିବା ସ୍ପଷ୍ଟ ହୋଇଛି। ଏହି ରିପୋର୍ଟ ସହ ଅନ୍ୟାନ୍ୟ ଦସ୍ତାବିଜକୁ ରାଷ୍ଟ୍ରପତିଙ୍କ ଆଗରେ ଉପସ୍ଥାପନ କରାଯାଇଥିଲା। ରାଷ୍ଟ୍ରପତି ନିଜ ବିବେକାନୁସାରେ ଏହାର ବିଚାର କରିଥିଲେ ଏବଂ ଶେଷରେ ବିନୟର କ୍ଷମା ଆବେଦନ ଖାରଜ କରିଛନ୍ତି ବୋଲି ଖଣ୍ଡପୀଠ କହିଛନ୍ତି।
ତଥାପି ବିନୟକୁ ବଞ୍ଚାଇବା ପାଇଁ ଓକିଲ ଏପି ସିଂହ ବାରମ୍ବାର ଉଦ୍ୟମ କରିଥିଲେ। କିନ୍ତୁ ଖଣ୍ଡପୀଠ ତାଙ୍କର କୌଣସି ଆବେଦନକୁ ଶୁଣି ନଥିଲେ। ତେବେ ଶେଷରେ ମାର୍ଚ୍ଚ ୩ ଓ ୪ ତାରିଖରେ ଫାଶୀ ଦିଆଯିବାକୁ ଦିନଧାର୍ଯ୍ୟ ହୋଇଛି । ଏଥି ପାଇଁ ମାନସିକ ଭାରସାମ୍ୟ ହରାଇ ବିଜୟ ଆତ୍ମହତ୍ୟା ଉଦ୍ୟମ କରିଥିବା କୁହାଯାଉଛି ।

 

 

Leave A Reply

Your email address will not be published.