ମାଓବାଦୀ ମନାଇଲେ ବିଜୟ ର ଉତ୍ସବ

0 247

ମାଲକାନଗିରି:୧୧/୮(ଏସଏସଏନ୍) ଗତ ଜୁଲାଇ 28 ରୁ ଅଗଷ୍ଟ 3 ତାରିଖ ପର୍ଯ୍ୟନ୍ତ ମାଓବାଦୀ ଙ୍କ ରହିଥିଲା ସହିଦ ସପ୍ତାହ। ଆଉ ଏହା ସଫଳ ହେବ ପରେ ମାଓବାଦୀ ପାଳୁଛନ୍ତି ବିଜୟ ଉତ୍ସବ।କାନ୍ଧ ରେ ଅତ୍ୟାଧୁନିକ ବନ୍ଧୁକ ହାତରେ ବାଜା ଆଉ ଦେହରେ ରଙ୍ଗିନ ପୋଷାକ ପିନ୍ଧି ମାଓବାଦୀ ମନାଉଛନ୍ତି ବିଜୟ ର ଉତ୍ସବ। ଏଥିରେ ସାମିଲ ହୋଇଛନ୍ତି 20 ହଜାର ରୁ ଉର୍ଦ୍ଧ୍ବ ମାଓ ସମର୍ଥକ ଭାବେ ଆଦିବାସୀ ମହିଳା ଏବଂ ପୁରୁଷ। ଏହି ବିଜୟ ଉତ୍ସବ ରେ ଶତାଧିକ କ୍ୟାଡର ମାଓବାଦୀ ମଧ୍ୟ ସାମିଲ ହୋଇଥିଲେ। କ୍ୟାଡର ମାଓବାଦୀ ଗାଁ ଲୋକଙ୍କ ସହ ତାଳ ରେ ତାଳ ଦେଇ ଆନନ୍ଦ ଓଲ୍ହାସ ରେ ନାଚି ଚାଲିଛନ୍ତି।ଏହି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ସୁକମା, ଦନ୍ତେୱାଡା ଏବଂ ବିଜପୁର ର ସୀମାବର୍ତ୍ତି ଜଙ୍ଗଲରେ। ମାଓବାଦୀ ଙ୍କ ଏହି ରଙ୍ଗିନ କାର୍ଯ୍ୟକ୍ରମ 3 ଦିନ ଧରି ଚାଲିଥିଲା।ଏହାକୁ ଦକ୍ଷିଣ ବସ୍ତର ବ୍ୟୁର ମାଓ ସଙ୍ଗଠନ ପକ୍ଷରୁ ପକ୍ଷରୁ ଆୟୋଜିତ କରାଯାଇଥିଲା। ପାରମ୍ପରିକ ନାଚ ଗୀତ ମାଧ୍ୟମରେ ମାଓ ଆଦର୍ଶ କୁ ଲୋକଙ୍କ ନିକଟତର କରିବାପାଇଁ ମାଓବାଦୀ ଙ୍କ ନାଟ୍ୟ ମଣ୍ଡଳୀ ମାଧ୍ୟମରେ ପରିବେଷଣ କରାଯାଇଥିଲା।

ରିପୋର୍ଟ:ବାଦଲ କୁମାର

Leave A Reply

Your email address will not be published.