ମିଳିଲା କମ୍ପ୍ୟୁଟର ସହ ନୃତ୍ୟ ଶିକ୍ଷା

0 484

ଭୁବନେଶ୍ୱର,୨/୧୨-ପିଲାମାନେ ପଢିବେ ପାଠ,ଶିଖିବେ କମ୍ପ୍ୟୁଟର ,ଶିଖିବେ ନାଚ, ଏହିଭଳି ସ୍ଲୋଗାନକୁ ଧରି ଆଗକୁଆଗ ବଢିଚାଲିଛି ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶ୍ରୀ ଗଣପତି ବିଦ୍ୟାମନ୍ଦିର । ବାରଙ୍ଗବ୍ଲକର ବେଲଗଛିଆସ୍ଥିତ ଶ୍ରୀ ଗଣପତି ବିଦ୍ୟାମନ୍ଦିର ପରିସରରେ ପିଲମାନଙ୍କପାଇଁ ନୁତନ କମ୍ପ୍ୟୁଟର କ୍ଲାସ୍ ଓ ନୃତ୍ୟଶିକ୍ଷାର ବ୍ୟବସ୍ଥା ଆରମ୍ଭ ହୋଇଛି ।
ଜିଆଇଆଇଟି ଗଣପତି ଇଷ୍ଟିଚ୍ୟୁଟ୍ଅଫ୍ ଇନଫରମେସନ ଟେକ୍ନୋଲୋଜିକୁ ଶିକ୍ଷାବିତ୍ ଗଜେନ୍ଦ୍ର କୁମାର ପାଣି ଉଦଘାଟିନ କରିଛନ୍ତି । ଫ୍ରୀ ଡେମୋ କ୍ଲାସ୍ ସହିତ ସିଆଇସି, ଜିଟିପି,ଜିସିଏ,ପିଜିଡିସିଏ,ଏପିଜିଡିସିିଏ କୋର୍ସପଢି ପିଲା ମାନେ ଉପକୃତ ହୋଇପାରିବେ ବୋଲି ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟା ପିଙ୍କିଲତା ସାହୁ କହିଛନ୍ତି । ବିଦ୍ୟାମନ୍ଦିରର ପ୍ରତିଷ୍ଠାତା ସମାଜସେବୀ ଶାନ୍ତିଲତା ସାହୁଙ୍କ ଦ୍ୱରା ଗଣପତି ଡ୍ୟାନ୍ସ୍ଏକାଡେମୀ ର ଶୁଭଉଦଘାଟିନ ଏହି ଅବସରରେ ହୋଇଯାଇଛି । କୋରିଓଗ୍ରାଫର ଓ ନୃତ୍ୟ ନିର୍ଦ୍ଦେଶକ ସ୍ମୃତିରଞନବେହେରା ଙ୍କଦ୍ୱରା ପ୍ରଥମକରି ନାମ ଲେଖାଇଥିବା କଳାକାରମାନଙ୍କୁ ଗଣେଶ ବନ୍ଦନା ରୁ ନୃତ୍ୟଶିକ୍ଷାର ଅୟାରମ୍ଭ କରାଇଛନ୍ତି । ସମ୍ମାନୀତ ଅତିଥି ଭାବେ ପ୍ରଦୀପକୁମାର ଯୋଗଦାନ କରି କମ୍ପ୍ୟୁଟର ଶିକ୍ଷାର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ । କମ୍ପ୍ୟୁଟର ଶିକ୍ଷୟତ୍ରୀ ରୋଜଲିନି ସାହୁ ,ନିରୁପମାସ୍ୱାଇଁ, ଝଲିଘଡେଇ ,ଦିପାମୟୀ ମାଝୀ,ସୀମାରାଣି ବେହେରା, ଟିକିମଞରୀ ଆଚାର୍ଯ୍ୟ, ଜୟନ୍ତୀ ସାହୁ, ଝରଣାପ୍ରଧାନ ,ତପସ୍ୱିନିସ୍ୱାଇଁ, ଶୁଭଦର୍ଶନୀ ବେହେରା ପ୍ରମୁଖ ପରିଚାଳନା କରିଥିଲେ । ବିଦ୍ୟାମନ୍ଦିରର ମୁଖ୍ୟ ଉପଦେଷ୍ଟା ସିତାଂଶୁକୁମାରସାହୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.