ମୃତଦେହ ରଖି ଥାନା ଆଗରେ ଧାରଣା ଦେଲେ ପରିବାର

0 243

ଭୁବନେଶ୍ୱର,୧୪/୬(ଏସଏସନିୟୁଜ) ତମାଣ୍ଡୋଥାନା ଅର୍ନ୍ତଗତ ଜଗନ୍ନାଥ ମନ୍ଦିର ପାଖରେ ଥିବା ଜଣଙ୍କ ଘରେ କାମ କରୁଥିବା ସନାତନ ମିଶ୍ର ନାମକ ବ୍ୟକ୍ତି ଶନିବାର ସକାଳେ ରଶି ଲଗାଇ ଆମ୍‌ହତ୍ୟା କରିଛନ୍ତି । ଏହି ସନ୍ଦେହଜନକ ମୃତ୍ୟୁକୁ ପରିବାର ଲୋକ ଗ୍ରହଣ ନକରିବା ସହ ସନାତନକୁ ହତ୍ୟାକରିଥିବାର ଅଭିଯୋଗ କରି ମୃତଦେହକୁ ଥାନା ସମ୍ମୁଖରେ ରଖି ହତ୍ୟାମାମଲା ରୁଜୁସହ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫକରିବା ଦାବୀରେ ପରିବାର ଲୋକେ ଧାରଣା ଦେଇଥିଲେ । ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଜୋନ୍ ଏସିପି ପ୍ରତିଶ୍ରୁତି ଦେବା ପରେ ପରିବାର ଲୋକେ ଶବ ନେଇ ଯାଇଥିବା ଜଣାପଡିଛି ।

ତମାଣ୍ଡୋ ଥାନା ଜଗନ୍ନାଥ ମନ୍ଦିର ପାଖରେ ରହୁଥିବା ଯୀଶୁ ପଟ୍ଟନାୟକଙ୍କ ଘରେ ଜଟଣୀ ଥାନା ତରାବୋଇର ଗ୍ରାମର ସନାତନ ମିଶ୍ର(୨୫)ନାମକ ବ୍ୟକ୍ତି ଦୀର୍ଘ ୧୦ ବର୍ଷ ଧରି କାମ କରୁଥିଲେ ।ଗତକିଛିଦିନ ତଳେ ପାଣିତୁଣ୍ଡ ହେବାରୁ ସେ ଆଉ କାମକରିବାକୁ ଆସୁନଥିଲେ । ଯୀଶୁ ପୁଣି ତାଙ୍କୁ କାମ କରିବାକୁ ସପ୍ତାହ ତଳେ ଡାକିଥିଲେ ବୋଲି ମୃତକଙ୍କ ପରିବାର ପକ୍ଷରୁ କୁହାଯାଇଛି । ଶନିବାର ଦିନ ସନାତନ ଘରେ କାମ କରିଥିଲେ । କିଛି ସମୟ ପରେ ଛାତ ଉପରକୁ ଯାଇ ଆଉ ଫେରିନଥିଲେ । ପରେ ଯୀଶୁଙ୍କ ପରିବାର ଲୋକେ ଖୋଜି ଖୋଜି ଛାତ ଉପରକୁ ଯାଇ ଦେଖିବା ବେଳକୁ ସନାତନ ଏକ ରଶି ଲଗାଇ ଫାଶି ଦେଇଛନ୍ତି । ଯୀଶୁଙ୍କ ପରିବାର ଲୋକେ ସଂଗେ ସଂଗେ ତାଙ୍କୁ ଏମ୍ସ ହସ୍ପିଟାଲରେ ଭର୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ଯୀଶୁଙ୍କ ପରିବାର ଲୋକ ମୃତ ସନାତନଙ୍କ ଭାଇ ଉମେଶଙ୍କୁ ଖବର କରିଥିଲେ । ଖବରପାଇ ତମାଣ୍ଡୋ ଥାନା ପୁଲିସ ମୃତଦେହକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା । ମୃତ ସନାତନଙ୍କ ପରିବାର ଲୋକେ ଆସି ଥାନାରେ ଅଭିଯୋଗ କରିଥିଲେ ଯେ, ତାଙ୍କ ଭାଇକୁ ଯୀଶୁ ପଟ୍ଟନାୟକ ପିଟି ପିଟି ମାରି ଦେଇଛି । ତାଙ୍କୁ ତୁରନ୍ତ ଗିରଫ କରାଯିବାକୁ ଦାବି କରି ଶବ ରଖି ଥାନା ଘେରାଉ କରିଥିଲେ । ଖବର ପାଇ ଜୋନ-୩ ଏସିପି ପ୍ରାଣବନ୍ଧୁ ରାଉତ, ତମାଣ୍ଡୋ ଥାନାର ଇନ୍ସପେକ୍ଟର ମୃତକଙ୍କ ପରିବାର ଲୋକଙ୍କୁ ବୁଝାସୁଝା କରିବା ପହ ଅଭିଯୁକ୍ତକୁ ଗିରଫ କରାଯିବ ପ୍ରତିଶ୍ରୁତି ଦେବା ପରେ ପରିବାର ଲୋକେ ତାଙ୍କ ଜିଦରୁ ଓହରିବା ସହ ଶବ ନେଇ ଫେରିଥିବାର ଜଣାପଡିଛି ।

 

Leave A Reply

Your email address will not be published.