ମୁଖ୍ୟମନ୍ତ୍ରୀ ବଢାଇଲେ ସହାୟତାର ହାତ

0 298

କୋରାପୁଟ,୧୬/୧୨(ଏସଏସନିଉଜ)ବିଷ୍ନୁପେଣ୍ଠିଆକୁ ସହାୟତାର ହାତ ବଢାଇଲେ ମୁଖ୍ୟମନ୍ତ୍ରୀ ।କୋରାପୁଟଜିଲ୍ଲା ଜୟପୁରସ୍ଥିତ ଲାଠିଗୁଡାଗ୍ରାମର ନକୁଳ ପେଣ୍ଠିଆଙ୍କ ୫ବର୍ଷର ବଡପୁଅ ବିଷ୍ନୁର ଗୋଡରେ ମାଂସପିଣ୍ଡୁଳା ବଢୁଥିଲା ।ସେ ନିକଟସ୍ଥ ଡାକ୍ତରଖାନାରେ ଦେଖାଇବା ପରେ କଟକବଡ ଡାକ୍ତରଖାନାକୁ ନେଇ ଚିକିସ୍। କରିବାକୁ ପଡିବ ବୋଲି ଡାକ୍ତରମାନେ ପରାମର୍ଶ ଦେଇଥିଲେ । କିନ୍ତୁ ଆର୍ଥିକ ଅନାଟନର ଜଂଞାଳ ମଧ୍ୟରେ ରହି ୫ଜଣ ସଦସ୍ୟ ବିଶିଷ୍ଟ ପରିବାରକୁ ଚଳାଇବା ତାଙ୍କ ପାଇଁ କଷ୍ଟସାଧ୍ୟ ହେଉଥିବାରୁ ଦୁରକୁ ଯାଇ ଚିକିସ୍। କରିବାକଥା ଭୁଲିଯାଇଥିଲେ । ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଏହ ବିଷୟରେ ଜାଣିବାପରେ ତୁରନ୍ତ ଚିକିସ୍। ପାଇଁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶମୁତାବକ ରାଷ୍ଟ୍ରିୟବାଳ ସ୍ୱାସ୍ଥ୍ୟକାର୍ଯ୍ୟକ୍ରମର ଅଧିକାରୀମାନେ ଲାଠିଗୁଡାଗ୍ରାମକୁ ଯାଇ ବାପାମାଆଙ୍କ ସହ ବିଷ୍ନୁକୁ ତାଙ୍କ ଘରୁ ଆଣି କୋରାପୁଟମେଡିକାଲରେ ପରୀକ୍ଷା କରାଇ କଟକ ବଡ ମେଡିକାଲରେ ପହଁଚାଇଥିଲେ । ଡଃ.ଅନ୍ନଦାପ୍ରସାଦ ପଟ୍ଟନାୟକଙ୍କ ତତ୍ୱାବଧାନରେ ପ୍ଲାଷ୍ଟିକସର୍ଜରୀ ବିଭାଗରେ ବିଷ୍ନୁର ଚିକିସ୍। ଆରମ୍ଭ ହୋଇଛ ।

Leave A Reply

Your email address will not be published.