ମୁକ୍ତ ହେଲେ ୧୨ ଚିତ୍ରାହରିଣ

0 258

ଭୁବନେଶ୍ୱର,୨୨/୧୧-ମୁକ୍ତହେଲେ ୧୨ ଚିତ୍ରାହରିଣ । ଜୀବଉଦ୍ୟାନ ନନ୍ଦନକାନନରେ ବନ୍ଦୀଜୀବନ ଜିଉଥିବା ଚିତ୍ରାହରିଣମାନେ ପାଇବାକୁ ଯାଉଛନ୍ତି ନୁଆ ଜୀବନ ।ଏଥିନିମନ୍ତେ ନନ୍ଦନକାନନ କର୍ତୁପକ୍ଷ ହରିଣଛାଡିବା ପ୍ରକିୟା ଆରମ୍ଭ କରିଛନ୍ତି । ଶୁକ୍ରବାର ଥିଲା ଚନ୍ଦକା ଜଙ୍ଗଲରେ ଚିତ୍ରାହରିଣ ଛାଡିବାର ଦିତୀୟ ପର୍ଯ୍ୟାୟ । ୩ଟିମାଇ ଓ ଗୋଟିଏ ଅଣ୍ଡିରା ଚିତ୍ରାହରିଣ କୁ ଚନ୍ଦକା ଜଙ୍ଗଲର ଏକ ସ୍ୱତନ୍ତତ୍ତ ସ୍ଥାନରେ ପରୀକ୍ଷଣମୁଳକଭାବେ ଛଡାଯାଇଛି । ଏହାପୁର୍ବରୁ ଏହି ଜାଗାରେ ୮ଟି ଚିତ୍ରାହରିଣଙ୍କୁ ଛଡାଯାଇଥିଲା ।୨୦୦ଚିତ୍ରାହରିଣ ଛାଡିବା ଲକ୍ଷଙ୍କର ଆରମ୍ଭ ହୋଇଛି ଏହି ପ୍ରକିୟା ।
ନନ୍ଦନକାନନରେ ଚିତ୍ରାହରିଣମାନେ ଏବେ ଅସୁରକ୍ଷିତ ।ଗୋଟେପଟେ ଚିତ୍ରାହରିଣମାନଙ୍କ ସଂଖ୍ୟା ଆଶାତିତ ଭାବେ ବୃଦ୍ଧି ଓ ଅନ୍ୟପଟେ ବୁଲାକୁକୁର ମାନଙ୍କ ଦୈ।ରାମ୍ୟ ସେମାନଙ୍କ ପାଇ କାଳ ସାଜିଛି ।ଏହାସହ ସଂକିର୍ଣ ଜାଗା ଯୋଗୁ ଦଲଚକଟା ଓ ମାରପିଟ ହୋଇ ମୃତ୍ୟୁବରଣ କରୁଥିବାର ନଜିର ରହିଛି ।ଏହାକୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତୁପକ୍ଷ ଚିତ୍ରାହରିଣମାନଙ୍କୁ ସ୍ଥାନାନ୍ତର କରିବା ପ୍ରକିୟା ଆରମ୍ଭ କରିଛନ୍ତି । ନନ୍ଦନକାନନର ଏନକ୍ଲୋଜର ସହ ପରିସର ଜଙ୍ଗଲରେ ପ୍ରାୟ ନଅଶହରୁ ଉର୍ଦ୍ଧ ଚିତ୍ରାହରିଣ ରହିଛନ୍ତି । ଦୁଇଟି ପର୍ଯ୍ୟାୟରେ ଏନକ୍ଲୋଜରରେ ଥିବା ୧୨ଟି ହରିଣକୁ ଆଣି ପରିସର ଜଙ୍ଗଲରେ ଛଡାଯିବାର କିଛିଦିନ ବ୍ୟବଧାନପରେ ସେମାନଙ୍କୁ ଚନ୍ଦକା ଜଙ୍ଗଲରେ ଛଡାଯିବାର ପ୍ରୟାସ ଆରମ୍ଭ କରିଛନ୍ତି ନନ୍ଦନକାନନ କର୍ତୁପକ୍ଷ । ଏନକ୍ଲୋଜରରେ ବନ୍ଦି ଜୀବନ ବିତାଇ ପର୍ଯ୍ୟଟକମାନଙ୍କର ମନୋରଞନର ଖୋରକ୍ ସାଜୁଥିବା ଏହି ହରିଣମାନେ ଚନ୍ଦକା ଜଙ୍ଗଲରେ କିଭଳି ନିଜକୁ ଖାପଖୁଆଇ ପାରୁଛନ୍ତି ଓ ଜଙ୍ଗଲି ଜନ୍ତୁମାନଙ୍କ କବଳରୁ ନିଜକୁ ରକ୍ଷା କରିପାରୁଛନ୍ତି ତହା ଉପରେ ରହିଛି ସମସ୍ତଙ୍କ ନଜର ।

Leave A Reply

Your email address will not be published.