ମୁକ୍ତିଲାଭ କଲା ମହାଯୋଗୀ ସୋମନାଥ ଦିଅନ୍ତି ମୁକ୍ତି

0 351

ବାରଙ୍ଗ,୨୧/୧୦(ଏସ୍‌ଏସ୍‌ନିୟୁଜ)ପବିତ୍ର ଦୁର୍ଗାପୂଜା ଅବସରରେ ମାଯୋଗମାୟା ଟ୍ରାଭେଲ୍ସ ଓ ସତ୍ୟସନ୍ଧାନ ୱେବ୍‌ଚ୍ୟାନେଲ୍ ର ମିଳିତ ଉଦ୍ୟମରେ ମୁକ୍ତିଲାଭ କରିଛି ଭାବପୁର୍ଣ ଓଡିଆ ଭଜନ ମହାଯୋଗୀ ସୋମନାଥ ଦିଅନ୍ତି ମୁକ୍ତି । ସତ୍ୟସନ୍ଧାନ ୱେବ୍‌ଚ୍ୟାନେଲ୍ ର ମୁଖ୍ୟ ସମ୍ପାଦକ ତ୍ରିଲୋଚନ ରାଉତ, ବିଜେଡି ଭୁବନେଶ୍ୱରଜିଲ୍ଲାସାଧାରଣ ସମ୍ପାଦକତଥା ବରିମୁଣ୍ଡ ପଂଚାୟତର ସରପଂଚ ବିରେନ୍ଦ୍ରଜେନା, ବାବା ସୋମନାଥ ସେନାର ବରିଷ୍ଠ ସଦସ୍ୟ ବଳରାମ ସାହୁ, ଶ୍ରୀଶ୍ରୀ ସୋମନାଥଦେବ ମହାଯଜ୍ଞକମିଟିର ସଦସ୍ୟ ପ୍ରମୋଦକୁମାରପ୍ରଧାନ. ଶିକ୍ଷାବିତ୍ ରବିନ୍ଦ୍ରକୁମାର ପଣ୍ଡା, ମୁରବୀ ବସନ୍ତକୁମାର ପଣ୍ଡା, ବାବା ସୋମନାଥ ସେନାର ସମ୍ପାଦକ ଅମିୟକୁମାରଜେନା,ଭିଡିଓର ନିର୍ଦ୍ଦେଶକ ଶଶିକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ତେବେ ଗତ କିଛି ମାସ ଧରି ରାଜଧାନୀ ଉପକଣ୍ଠ ଢାଉଆ ଗ୍ରାମରେ ଅବସ୍ଥାପିତ କରିଥିବା ପ୍ରାୟ ୧୦୦ରୁ ଉର୍ଦ୍ଧ ଗ୍ରାମବାସୀଙ୍କ ଆରାଧ୍ୟ ଠାକୁର ବାବା ସୋମନାଥଙ୍କ ମହିମା ତଥା ଅଲୈାକିକ ଘଟଣାବଳିକୁ ନେଇ ଭିଡିଓମାନ କରାଯାଉଛି ।ବାବାଙ୍କର ମହିମା ପ୍ରଚାର ଓ ପ୍ରସାରକୁ ମୁଖ୍ୟ ଆୟୁଧ କରାଯାଇ ଏପରି କରାଯାଉଥିବା ବେଳେ ବାବା ସୋମନାଥସେନା,ନାରିଜାଗରଣମଂଚ ସହ ଅଂଚଳର ସୋମନାଥପ୍ରେମୀ ଭକ୍ତମାନଙ୍କର ପୁର୍ଣ ସହଯୋଗ ରହିଛି । ତବେ ଏହିଭଳି ଉଦ୍ୟମ ଆଗକୁ ଅବ୍ୟାହତ ରହିବ ବୋଲି କହିଛନ୍ତି ତ୍ରିଲୋଚନ ରାଉତ ।(ବାରଙ୍ଗରୁ ଗୌତମ ରାଊତଙ୍କ ରିପୋର୍ଟ )

Leave A Reply

Your email address will not be published.