ନନ୍ଦନକାନନ ରେ ଫୁଟିଲା ଗୁଳି : ପରିବା ବ୍ୟବସାୟୀ ଗୁରୁତର

0 226

ଭୁବନେଶ୍ବର:୨୭/୧(ଏସଏସଏନ) ସୋମବାର ସକାଳୁ ସକାଳୁ ନନ୍ଦନକାନନ  ଥାନା ଅଞ୍ଚଳରେ ଫୁଟିଲା ଗୁଳି । ଏହି ଖବର ପଚାର ହେବା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ପ୍ରକାଶ ଯେ, ଉକ୍ତ ଥାନା ଅଞ୍ଚଳର ଢାଓ୍ବା ଗ୍ରାମର ସମିର କାଣ୍ଡି । ସମିର ପରିବୀ ବ୍ୟବସାୟ କରନ୍ତି । ପ୍ରତିଦିନ ଭଳି ଆଜି ସକାଳୁ ନିଜ ବାଇକ୍ ରେ ପରିବା ବୋଝେଇ କରି ବାରଙ୍ଗ ପରିବା ମାରର୍କେଟ କୁ ଯାଉଥିଲେ । ପଦାସାହି ଗ୍ରାମ ମୁଣ୍ଡରେ ଗୋଟିଏ ବାଇକ୍ ରେ ଦୁଇ ଜଣ ଯୁବକ ସମିର କୁ ଗୁଳି କରିଥିଲେ । ଗୁଳି ସମିରର ଛାତିରେ ନ ବାଜି ଯଙ୍ଘରେ ବାଜିଥିଲା । ସଙ୍ଗେ ସଙ୍ଗେ ବାଇକ୍ ରୁ ତଳେ ପଡି ଛଟପଟ ହେଉଥିଲା । ସ୍ଥାନିୟ ଲୋକ ସମିରକୁ ଉଦ୍ଧାର କରିବା ସହ ପୋଲିସ କୁ ଖବର ଦେଇଥିଲେ ଘଟଣାସ୍ଥଳରେ ନନ୍ଦନକାନନ ପୋଲିସ ପହଁଚି ସମିରରୁ ଘରୋଇ ହସ୍ପିଟାଲ କୁ ଚିକିତ୍ସା ପାଇଁ ପଠାଇଛନ୍ତି ।  ତେବେ ଯୁବକ ଦୁଇ ଜଣ କିଏ? ସମିରକୁ କାହିଁକି ଗୁଳି ମାରିଲେ  ସେ ନେଇ ଛାନଭିନ୍ ଜାରି ରଖିଛି ପୋଲିସ ।

Leave A Reply

Your email address will not be published.