ନନ୍ଦନକାନନ-ପୁଣି ଗଡିଲା ଚିତ୍ରାହରିଣର ମୁଣ୍ଡ

0 221

ବାରଙ୍ଗ,୧୪/୩(ଏସଏସନିୟୁଜ)ପୁଣି ନନ୍ଦନକାନନରେ ପୁଣି ଗଡିଲା ଚିତ୍ରାହରିଣର ମୁଣ୍ଡ । ଗତ ତିନିଦିନ ଧରି କ୍ରମାଗତଭାବେ ଚିତ୍ରାହରିଣମାନଙ୍କର ଅକାଳ ମୃତ୍ୟୁ ଘଟିଚାଲିଛି ।ମୃତ୍ୟୁର ସଠିକ କାରଣ ଅଦ୍ୟାବଧି ଜଣାପଡିନାହିଁ ।ତେବେ ଗତ ୫ଦିନ ତଳେ ହରିଣ ଜାତୀୟ ପ୍ରାଣୀମାନଙ୍କୁ କୁର୍ମି ଔଷଧ ଦିଆଯାଇଥିଲା ।ଗୁରୁବାରଦିନ ୨ଟିଚିତ୍ରାହରିଣ ସାଙ୍ଗକୁ କୃଷ୍ନସାରମୃଗ,କୁଜିହରିଣ ଗୋଟିଏକୁ ମିଶାଇ ସମୁଦାୟ ୪ଟିର ମୃତ୍ୟୁ ଘଟିଥିଲା ।ଶୁକ୍ରବାର ଦିନ ୨ଚିତ୍ରାହରିଣ ଓ ୨ କୁଜିହରିଣର କୁ ମିଶାଇ ୪ଟିର ମୃତ୍ୟୁ ହୋଇଥିଲା ।ଶନିବାରଦିନ ପୁଣି ୬ଟି ଚିତ୍ରାହରିଣର ମୃତ୍ୟୁ କର୍ତୁପକ୍ଷଙ୍କୁ ବ୍ୟଥିତ କରିଛି ।ତେବେ ତିନିଦିନ ମଧ୍ୟରେ ୧୦ଟି ଚିତ୍ରାହରିଣର ମୁଣ୍ଡ ଗଡିଲାଣି ।ଆଗକୁ କେତେ ମୁଣ୍ଡ ଗଡିବ ତାହା ସମୟହିଁ କହିବ ।ତେବେ ଚିତ୍ରାହରିଣମାନଙ୍କର କ୍ରମାଗତଭାବେ ମୃତ୍ୟୁ ଜନ୍ତୁବିଭାଗ ଦାୟିତ୍ୱରେ ଥିବା ଅଧିକାରୀ ଙ୍କ ଖାମଖିଆଲ ନିତୀ ସାଙ୍ଗକୁ ଓ ଚିକିସ୍‌ା କ୍ଷେତ୍ରରେ ରୋଗନିରୁପଣ ରେ ଅପାରଗତା ହିଁ ମୁଖ୍ୟ କାରଣ ସାଜୁଛି ବୋଲି କର୍ମଚାରୀମାନେ କହିବୁଲିବା ଆରମ୍ଭ କଲେଣି ।ଯେଉଁଠି ଚୁକ୍ତିଭିତିକ ବନପାଳ ଗୁରୁତ୍ୱପୁଣ୍‌ର୍ ଜନ୍ତୁବିଭଗର ଦାୟିତ୍ୱ ନେଇ ଚଳାଇବା ଭଳି ଦୃଶ୍ୟ ଦେଖିବାକୁ ମିଳେ ସେଠାରେ ବଡବଡିଆ ବାବୁମାନେ ନନ୍ଦନକାନନକୁ କିଉଁଭଳି ପରିଚାଳନା କରୁଛନ୍ତି ଓ ସେମାନଙ୍କର ଅନ୍ତରିକତା ନନ୍ଦନକାନନ ପ୍ରତି କେତେଦୁର ରହିଛି ତାହା ଏହିଭଳି ଘଟଣା ହିଁ ବୟାନ କରିଥାଏ ।ତେବେ ଚିତ୍ରାହରିଣମାନଙ୍କର ମୃତ୍ୟୁର ପକୃତ କାରଣ ଜାଣିବାପାଇଁ ରକ୍ତନମୁନା ଓୟୁଏଟିକୁ ପଠାଯାଇଥିବାର ଜଣାପଡିଛି ।

Leave A Reply

Your email address will not be published.