ନନ୍ଦନକାନନ- ସୁରଜ ଚାଲିଗଲା,୬ ନୁଆ ଅତିଥି ଆସିଲେ

0 564

ବାରଙ୍ଗ,୧୮/୩(ଏସଏସନିୟୁଜ)କଲରାପତାରିଆବାଘ ସୁରଜ ଆଉ ନାହିଁ ।୧୬ବର୍ଷ ବୟସରେ ଗତକାଲିରାତିରେ ତାର ମୃତ୍ୟୁ ଘଟିଛି ।ଦେଢମାସହେବ ସେ ଅସୁସ୍ଥ ରହଥିଲା ।ରକ୍ତଜନିତ ରୋଗ ସହ ଜକୃତ ଖରାପ ହୋଇ ଡାକ୍ତରଙ୍କ ନଜରବନ୍ଦିରେ ରହି ଚିକିସିତ ହେଉଥିଲା । ଭଞନଗରୁ ଜୁଲାଇ୨୦୦୪ରେ ୩/୪ମାସର ହୋଇଥିବାବେଳେ ନନ୍ଦନକାନନକୁ ଆସିଥିଲା । ଏହାର ମୃତ୍ୟୁପରେ ନନ୍ଦନକାନରେ ୩ଅଣ୍ଡିରା,୨ମାଇ କଲରାପତାରିଆବାଘ ରହିଲେ ।କଲରାପତାରିଆବାଘମାନେ ସାଧାରଣତ ୧୬ରୁ୧୭ବର୍ଷ ବଂଚିଥାନ୍ତି ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତକୁମାର ଦାସ କହିଛନ୍ତି ।

ନନ୍ଦନକାନନରେ ସଂହସଫାରୀର ଶୋଭା ବଢିବ । ସଫାରୀରେ ସିଂହସଂଖ୍ୟା ବୃଦ୍ଧି ହେବ ।ଆଉ ସିଂହ ଦେଖିବାକୁ ମିଳୁନାହିଁ ବୋଲି ପର୍ଯ୍ୟଟକମାନେ ଅଭିଯୋଗ କରିବେ ନାହିଁ ।ଏହାର ନିରାକରଣ ପାଇଁ ୪ଟି ଅଣ୍ଡିରା ସିଂହ ନନ୍ଦନକାନନକୁ ଗତକାଲି ରାତିରେ ଆସି ପହଁଚିଛନ୍ତି । ନନ୍ଦନକାନନକୁ ୪ଅଣ୍ଡିରା ଏସିୟସିଂହ ଓ ହଳେକୋକିଶିଆଳି କାନନପେଣ୍ଡାରୀ ଚିଡିଆଖାନା ବିଳାସପୁର ଛତିଶଗଡରୁ ଆସି ପହଁଚିଛନ୍ତି । ପଶୁପକ୍ଷୀ ଅଦଳବଦଳ ପ୍ରକିୟାରେ ଏମାନେ ଆସିଛନ୍ତି । ଏହାବଦଳରେ ନନ୍ଦନକାନନକୁ ହଳେ ଜଳହସ୍ତୀ ଦେବାକୁ ପଡିବ । କେନ୍ଦ୍ରିୟଚିଡିଆଖାନା କର୍ତୁପକ୍ଷ ନୁଆଦିଲ୍ଲୀଙ୍କ ସିକୃତି ପରେ ଏହି ଅଦଳବଦଳ ପ୍ରକିୟା ଆରମ୍ଭ ହୋଇଛି । ଏବେ ନନ୍ଦନକାନନରେ ସିଂହ ସଂଖ୍ୟା ବୃଦ୍ଦିପାଇ ୧୫ରେ ପହଁଚିିଛି । ସେଥିମଧ୍ୟରେ ୮ଅଣ୍ଡିରା,୭ମାଇ ସିଂହ ରହିଛନ୍ତି ।ସେହିଭଳିଭାବେ କୋକିଶିଆଳି ସଂଖ୍ୟା ବୃଦ୍ଧିପାଇ ୫ରେ ପହଁଚିଲା ବୋଲି ଉପନିର୍ଦ୍ଦେଶକ ଜୟନ୍ତକୁମାରଦାସ କହିଛନ୍ତି ।

Leave A Reply

Your email address will not be published.