ନନ୍ଦନକାନନରେ ମାଖେନା

ଭାଙ୍ଗିଲା ସୁରକ୍ଷା ପାଚେରୀ

0 396

ବାରଙ୍ଗ,୨/୧୧(ଏସଏସନିୟୁଜ) ରବିବାର ବିଳମ୍ଭିତ ରାତିରେ ମାଖେନାହତୀ ନନ୍ଦନକାନନରେ ଉପ୍ତାତ କରିଛି ।ସୈାଭାଗ୍ୟବଶତଃ କୈାଣସି କ୍ଷୟକ୍ଷତି ହୋଇନାହିଁ କି ଜୀବଜନ୍ତୁମାନଙ୍କର ମଧ୍ୟ କିଛି ହୋଇନାହିଁ ।କେବଳ ୧ନଂ ଫାଟକ ପାଖରେ ଥିବା ଜୀବନ୍ତଖାଦ୍ୟ ପାଳନକେନ୍ଦ୍ରରେ ତାର ଉପ୍ତାତ ଦେଖାଇଛି ।ସେଠାରେ ଲାଗିଥିବା ପାମ୍ ଓ କଦଳୀ ଗଛ ଭଙ୍ଗାଭଙ୍ଗି କରିବା ସହ ନଷ୍ଟ କରିଛି ।ସୋମବାର ସକାଳେ ନନ୍ଦନକାନନ ମଧ୍ୟକୁ ମାଖେନା ପଶିଥିବାର ବିଷୟ ଜଣାପଡିଥିଲା ।ସୁରକ୍ଷା ପ୍ରାଚୀର ଭାଙ୍ଗିଥିବାର ଦେଖାପଡିବା ପରେ ମାଖେନା ଏହି କାମ ବୋଲି କର୍ମଚାରୀମାନେ ଜାଣିସାରିଥିଲେ ।ଏହାପରେ କର୍ମଚାରୀମାନେ ନନ୍ଦନାକନନର ବିଭିର୍ଣ ଜୀବଜନ୍ତୁମାନଙ୍କ ଖୁଆଡ ବୁଲି ସମସ୍ତେ ସୁରକ୍ଷିତ ଥିବାର ଜାଣିବାକୁ ପାଇଥିଲେ ।ମାଖେନା ପ୍ରାୟ ୩ଟି ସ୍ଥାନରେ ସୁରକ୍ଷା ପ୍ରାଚୀର ଭାଙ୍ଗିଥିବାର ଜଣାପଡିବାପରେ ସବୁସ୍ଥାନକୁ ତାରଜାଲ ଦେଇ ଆବଦ୍ଧ କରାଯାଇଥିବାର ଦେଖିବାକୁ ମିଳିଛି । (ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ)

 

Leave A Reply

Your email address will not be published.