ନନ୍ଦନକାନନରୁ ୧୦ ଚିତ୍ରାହରିଣ ଗଲେ କୁମାରଖୁଂଟି

0 675

ବାରଙ୍ଗ.୧୫/୧୦(ଏସଏସନିୟୁଜ) ନନ୍ଦନକାନନରେ ଚିତ୍ରା ହରିଣସଂଖ୍ୟା ଆଶିତିଭାବେ ବୃଦ୍ଦି ଘଟିଚାଲିଛି ।କେତେବେଳେ ବୁଲା କୁକୁର ଆକ୍ରମଣ  ତ କେତେବେଳେ ଖୁଆଡରେ ମାଡପିଟ ଯୋଗୁ ହରିଣମାନଙ୍କର ମୃତୁ ଘଟିବାର ନଜିର ରହିଛି । ଏହାକୁ ଦୃଷ୍ଟିରେ ରଖି ଚିତ୍ରାହରିଣମାନଙ୍କ ସଂଖ୍ୟା ହ୍ରାସ ପାଇଁ ନନ୍ଦନକାନନ କାର୍ତୁପକ୍ଷ ଗତ କିଛି ମାସ ହେବ ହରିଣ ସ୍ଥାନାନ୍ତର କରିବା ପ୍ରକୀୟା ଆରମ୍ଭ କରିଛନ୍ତି ।ଏହି ହରିଣ ମାନଙ୍କୁ  ଚନ୍ଦକା କୁମାରଖୁଂଟି ଠାରେ ଏକ ଆବଦ୍ଧ ତାରଜାଲିଘେରା ଜାଗାରେ ରଖାଯାଉଛି ।ଗୁରୁବାର ଦିନ ନନ୍ଦନକାନନରୁ ୧୦ଟି ହରିଣ ଚନ୍ଦକା ରେ ଛଡାଯାଉଛି । ଏହି ୧୦ଟି ହରିଣକୁ ମିଶାଇ ସମୁଦାୟ୬୦ଟି ହରିଣ କୁମାରଖୁଂଟିରେ ଛଡାଗଲାଣି ବୋଲି କହିଛନ୍ତି ନନନ୍ଦନକାନନ ଉପନିର୍ଦ୍ଦେଶକ ବିମଳପ୍ରସନ୍ନଆଚାର୍ଯ୍ୟ । (ବାରଙ୍ଗରୁ ଗୈାତମାରାଉତଙ୍କ ରିପୋର୍ଟ)

 

Leave A Reply

Your email address will not be published.