ନୂଆ ସଂସଦ ଭବନ,କ’ଣ ରହିବ

0 293

୧୨୨୪ ସାଂସଦ ବସିବାର କ୍ଷମତା,ପରିସୀମା ୬୪ ହଜାର ବର୍ଗ ମିଟର,୪ ମହଲା ବିଶିଷ୍ଟ ହେବ,ନୂଆ ଓ ବର୍ତ୍ତମାନର ସଂସଦକୁ ଭୂମିତଳ ରାସ୍ତା ଦ୍ବାରା ସଂଯୋଗ କରାଯିବ,୯୬୧ କୋଟି ଟଙ୍କା ବ୍ୟୟ କରାଯିବ,୨୨ ମାସରେ କାମ ଶେଷ ହେବ,୧୦ ଡିସେମ୍ବରର ଭିତ୍ତି ପ୍ରସ୍ତର ସ୍ଥାପନ।

ଗଣତନ୍ତ୍ର ମନ୍ଦିର ସଂସଦ ଭବନ ନୂଆ ରୂପ ନେବ। ବ୍ରିଟିସ ଅମଳର ସଂସଦ ଭବନ ବଦଳରେ ଏକ ନୂଆ ସଂସଦ ଭବନ ବା ପାର୍ଲାମେଣ୍ଟଋ ଭିତ୍ତିପ୍ରସ୍ତର ସ୍ଥାପନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଛନ୍ତି । ନୂତନ ସଂସଦ ଭବନରେ ଅତ୍ୟାଧୁନିକ ବ୍ୟବସ୍ଥା ରହିବ। ଏହି ନୂତନ ସଂସଦ ଭବନ ‘ଆତ୍ମନିର୍ଭର ଭାରତର ମନ୍ଦିର’ ଭାବେ ପରିଗଣିତ ହେବ। ନୂତନ ସଂସଦ ଭବନର ପରିସୀମା ୬୪,୫୦୦ବର୍ଗ ମିଟର ହେବ। ଯାହାକି, ବର୍ତ୍ତମାନର ସଂସଦ ଭବନ ଠାରୁ ଏହା ୧୭୫୦୦ ବର୍ଗ ମିଟର ଅଧିକ‌ ହେବ। ଯାହାକି ବର୍ତ୍ତମାନ ସଂସଦ ଠାରୁ ୩ ଗୁଣ ବଡ଼ ହେବ। ଏଥିରେ ମୋଟ୍‌ ୧୨୨୪ ସାଂସଦ ବସି ପାରିବାର ବ୍ୟବସ୍ଥା ରହିବ। ଅର୍ଥାତ୍‌ ଏଠାରେ ଉଭୟ ସଂସଦର ମିଳିତ ଅଧିବେଶନ ହେଲେ ବି ଅସୁବିଧା ହେବ ନାହିଁ। ଏହା ମଧ୍ୟ ୪ ମହଲା ବିଶିଷ୍ଟ ହେବ।
ବର୍ତ୍ତମାନ ସଂସଦରେ ବହୁ ଆସନ ପିଲାର/ଖୁଣ୍ଟ ଆଢ଼ୁଆଳରେ ରହି ଯାଉଥିବାରୁ, ତାକୁ ଦୃଷ୍ଟିରେ ରଖି ସମସ୍ତ ଆସନ ଆଗରେ ଯେପ‌ରି କୌଣସି ପ୍ରତିବିନ୍ଧକ ନ ରହିବ ତା ଉପରେ ଗୁରୁତ୍ବ ଦିଆଯାଇଛି। ବର୍ତ୍ତମାନର ସଂସଦ ଭବନ ପାଖରେ ହେବାକୁ ଥିବା ଏହି ନୂଆ ସଂସଦଟି ଭୂକମ୍ପ ନିରୋଧୀ ହେବ ଏବଂ ଏହାର ନିର୍ମାଣ କାର୍ଯ୍ୟ ତତ୍‌କ୍ଷଣାତ୍‌ ଆରମ୍ଭ କରାଯାଇ ୨୨ ମାସ ମଧ୍ୟରେ ସାରିବାକୁ ଲକ୍ଷ୍ ରଖାଯାଇଚି। ଏଥିପ‌ାଇଁ ୯୭୨ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ନୂୂଆ ଓ ବର୍ତ୍ତମାନର ସଂସଦକୁ ଭୂମିତଳ ରାସ୍ତା ଦ୍ବାରା ସଂଯୋଗ କରାଯିବ।
ପ୍ରକାଶ ଥାଉକି, ବ୍ରିଟିଶ ଅମଳରୁ ରହିଆସୁଥିବା ସଂସଦ ଭବନଟିରେ ୬୮ ବର୍ଷ ତଳୁ ପ୍ରାରମ୍ଭିକ ଭାବେ ୧୪୫ ଜଣ ସଦସ୍ୟଙ୍କ ପାଇଁ ବ୍ୟବସ୍ଥା ହୋଇଥିଲା। ଦେଶର ଲୋକସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ପର୍ଯ୍ୟାୟକ୍ରମେ ସେଥିରେ ଆସନ ସଂଖ୍ୟା ବୃଦ୍ଧି କରାଯାଇଥିଲା।

ବର୍ତ୍ତମାନ ଏହା ୧୯୭୧ମସିହା ଜନଗଣନାକୁ ଭିତ୍ତିକରି ଆସନ ବ୍ୟବସ୍ଥା ହୋଇଛି। ଏଣିକି ୨୦୦୧ ମସିହାର ଜନଗଣନାକୁ ଭିତ୍ତିକରି ଆସନ ପ୍ରସ୍ତୁତ କରିବାର ଯୋଜନା ରହିଛି। ସେଥିରେ ପୁଣି ଅସନ୍ତା ୨୦୨୬ରେ ଆସନ ପରିବର୍ତ୍ତନର ସମୟ ସୀମା ରହିଛି। ୧୯୫୨ ପ୍ରଥମ ସାଧାରଣ ନିର୍ବାଚନ ବେଳେ ଆସନ ସଂଖ୍ୟା ୪୬୧ କରାଯାଇଥିବା ବେଳେ ୩ ବର୍ଷ ପରେ ତାହା ୪୯୯କୁ ବୃଦ୍ଧି ପାଇଥିଲା। ପରବର୍ତ୍ତୀ ସମୟରେ ସମ୍ବିଧାନ ସଂଶୋଧନ କରାଯାଇ ଆସନ ସଂଖ୍ୟା (ବସିବା ପାଇଁ) ୫୨୨, ୫୩୦ ଓ ୫୫୦ ପର୍ଯ୍ୟନ୍ତ କରାଯାଇଥିଲା। ଅବଶ୍ୟ ବର୍ତ୍ତମାନ୧୯୭୧ ଜନଗଣନା ଅନୁସାରେ ସାଂସଦ ସଂଖ୍ୟା ୫୪୫ ରହିଛି। ବର୍ତ୍ତମାନର ସଂସଦ ଭବନରେ କେବଳ ମନ୍ତ୍ରୀମାନଙ୍କ ପାଇଁ ସ୍ବତନ୍ତ୍ର ଅଫିସ ବ୍ୟବସ୍ଥା ରହିଛି। କିନ୍ତୁ ନୂତନ ଭବନରେ ସମସ୍ତ ସାଂସଦଙ୍କ ପ‌ାଇଁ ୪୦୦୦ ବର୍ଗ ମିଟରର ସ୍ବତନ୍ତ୍ର ଅଫିସର ବ୍ୟବସ୍ଥା ରହିବ। ଏଥିପାଇଁ ଶ୍ରମଶକ୍ତି ଭବନ ଓ ପରିବହନ ଭବନ ଭଂଗାଯାଇ ତା ସ୍ଥାନରେ ଏହି ବ୍ୟବସ୍ଥା କରାଯିବ।

Leave A Reply

Your email address will not be published.