ପଚା ଆମ୍ବ ଓ ପୋକରେ ସାଲୁବାଲୁ ଆଚାର

ଖବର ଆଜିର,ତାରିଖ ୨୧-୦୧-୨୦୨୧ ଗୁରୁବାର

0 287

୧-ଆମେରିକାରେ ଆରମ୍ଭ ହେଲା ବାଇଡେନ ଯୁଗ । ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ ।ଭାରତୀୟ ବଂଶୋଦ୍ଭବ କମଳା ହାରିସ୍ ଦେଶର ପ୍ରଥମ ମହିଳା ଉପରାଷ୍ଟ୍ରପତି ।ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
୨-ବାଇଡେନଙ୍କ ସହ କଥା ହେଲେନି, ଚିଠି ଛାଡ଼ିଗଲେ ଟ୍ରମ୍ପ
୩-ଧାନ କିଣା ସମସ୍ୟାକୁ ନେଇ ଆନ୍ଦୋଳନ, ଆଜି ପଶ୍ଚିମାଞ୍ଚଳ ଆରଡ଼ିସି ଅଫିସ୍ ଘେରାଉ କରିବ ବିଜେପି ।
୪-ପରୀ ହତ୍ୟା ମାମଲା : ଜେଜେବିରୁ ଚିଲ୍‌ଡ୍ରେନ୍ କୋର୍ଟ ମାମଲା ସ୍ଥାନାନ୍ତର ।
୫-ସ୍କୁଲ ଫି’ କମାଇବା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି । ବାର୍ଷିକ ୬ ହଜାରରୁ ୧ ଲକ୍ଷ ଯାଏଁ ଭିନ୍ନ ଭିନ୍ନ ଅନୁପାତରେ କମିବ ଫି’ । ଚଳିତ ବର୍ଷ ବଢ଼ିବନି କୌଣସି ଦେୟ ।
୬–ପୁଣି ବଢିଲା ବସ୍ ଭଡା : ସାଧାରଣ ବସ୍ କିଲୋମିଟର ପିଛା ୧ ପଇସା, ଏସି ଡିଲକ୍ସରେ ୨ ପଇସା ବୃଦ୍ଧି ।
୭-ସରକାର ଓ ଚାଷୀ ସଂଗଠନ ମଧ୍ୟରେ ଦଶମ ରାଉଣ୍ଡ ବୈଠକରୁ ବି ବାହାରି ପାରିଲାନି କିଛି ସମାଧାନ । ବର୍ଷକ ପାଇଁ ଆଇନକୁ ସ୍ଥଗିତ ଓ ନୂଆ କମିଟି ଗଠନ ପ୍ରସ୍ତାବକୁ ଚାଷୀ ନେତାଙ୍କ ପ୍ରତ୍ୟାଖାନ ।
୮-ପଚା ଆମ୍ବ ଓ ପୋକରେ ସାଲୁବାଲୁ ଆଚାର । ଭୁବନେଶ୍ୱର ଉପକଣ୍ଠ ପାହାଳରେ ଅପମିଶ୍ରିତ ଆଚାର ଓ ସସ୍ କାରଖାନା ଉପରେ ଚଢାଉ କଲା ପୁଲିସ ।
୯-ରାଜ୍ୟ ସରକାରଙ୍କ ବଡ କାର୍ଯ୍ୟାନୁଷ୍ଠାନ । ଜଙ୍ଗଲ ବିଭାଗର ୨ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର
୧୦-ପିପିଲିରୁ ଉପନିର୍ବାଚନ ଲଢିବା ପାଇଁ ଇଚ୍ଛାପ୍ରକାଶ କଲେ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ । କହିଲେ, ନିଷ୍ପତ୍ତି ନେବେ ଦଳର ସୁପ୍ରିମୋ, ସୁଯୋଗ ମିଳିଲେ ଖୁସି ହେବେ ।
୧୧-ସାବାସ୍ ସ୍କୁଲପିଲା । ସଡକ ସୁରକ୍ଷା ସଚେତନ କରି ପ୍ରଥମ ସ୍ଥାନ ପାଇଲେ ନୟାଗଡ ନୋତର ଆଦର୍ଶ ସ୍କୁଲପିଲା । ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ।
୧୨-ଓଡ଼ିଆ ସିନେମା ଓ ସିରିଏଲ ଜଗତର ଜଣାଶୁଣା ଅଭିନେତା ତଥା ‘ଗୋପାଳ ଭାଣ୍ଡ’ ଭାବେ ଘରେ ଘରେ ପରିଚିତ ରବି ମିଶ୍ର ଆଉ ନାହାନ୍ତି ।
୧୩-ଜାନୁଆରି ୨୬ରୁ କୋଭିଡ କଟକଣାରେ ଆଦିବାସୀ ମେଳା ।
୧୪-କୃଷକଙ୍କ ପ୍ରସ୍ତାବିତ ଟ୍ରାକ୍ଟର ରାଲି ସଂପର୍କରେ ରାୟ ଦେବାକୁ ମନାକଲେ ସୁପ୍ରିମକୋର୍ଟ ।
୧୫-ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଗାଡି ଉପରକୁ ଆକ୍ରମଣ ଘଟଣା : ଆଉ ୩ ଗିରଫ, ବୋଲେରୋ ଜବତ; ପୂର୍ବରୁ ଜଣେ ଗିରଫ ହୋଇଥିଲା।
୧୬-କଳିଙ୍ଗ ରେଜିମେଣ୍ଟ ନିମନ୍ତେ ଉଦ୍ୟମ କରିବି – ଲେଫ୍ଟନାଣ୍ଟ ଜେନେରାଲ୍ ଚଣ୍ଡିପ୍ରସାଦ ମହାନ୍ତି ।
୧୭-ଦୁଇ ମାସରୁ ଅଧିକ ସମୟ ନିଖୋଜ ରହିବା ପରେ ଚୀନର ସବୁଠୁ ଧନୀ ବ୍ୟବସାୟୀ ଜ୍ୟାକ୍ ମା’ଙ୍କର ଆବିର୍ଭାବ ଘଟିଛି। ଶୁଭ ସକାଳ,ସୁପ୍ରଭାତ।

Leave A Reply

Your email address will not be published.