ପଇସା ନାହିଁ ତ ପାଣି ନାହିଁ

0 275
ଖବର ଆଜିର,ତାରିଖ ୦୨/୦୯/୨୦ ବୁଧବାର
୧-ଆରମ୍ଭ ହେଲା ଜେଇଇ ମେନ୍ ପରୀକ୍ଷା : ପ୍ରଥମ ଦିନରେ ଓଡ଼ିଶାରୁ ପରୀକ୍ଷା ଦେଲେ ୮ ହଜାର, ମାସ୍କ, ଗ୍ଲୋଭ୍‌ସ ପିନ୍ଧିଲେ, ସାମାଜିକ ଦୂରତ୍ୱ ମାନିଲେ।
୨-ବନ୍ୟା ତାଡ଼ନା ଆଉ ତିନି ଦିନ, ପୂର୍ଣ୍ଣିମା କାରଣକୁ ପାଣି ଟାଣୁନି ସମୁଦ୍ର।
୩-କରୋନା ଚିତ୍ର : ଘାତକ ହେଲା ଅଗଷ୍ଟ, ମାସକରେ ୭୧ହଜାରରୁ ଅଧିକ ସଂକ୍ରମିତ, ୩୧୫ ମୃତ।
୪-ଆଇପିଏଲରେ ୨୦ ହଜାର କରୋନା ଟେଷ୍ଟ, ବିସିସିଆଇ ଖର୍ଚ୍ଚ କରିବ ୧୦ ହଜାର କୋଟି ଟଙ୍କା ।
୫-ବିଦ୍ୟୁତ ରାଜସ୍ବ ଆଦାୟ କ୍ଷତି ୩୦%କୁ ବୃଦ୍ଧି; ଡିସେମ୍ବର ସୁଦ୍ଧା ଘରୋଇକରଣ ହେବ ତିନି ବିଦ୍ୟୁତ ବିତରଣକାରୀ କମ୍ପାନୀ
୬-ଘରୋଇ ସ୍କୁଲ ଫି’ ବୃଦ୍ଧି ମାମଲାରେ ଆପୋସ ସମାଧାନ ପାଇଁ ପରାମର୍ଶ ଦେଲେ ହାଇକୋର୍ଟ। ଏଥିପାଇଁ ଗଣ ଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ କରିବା ପାଇଁ କୋର୍ଟ କହିଛନ୍ତି।
୭-ପଇସା ନାହିଁ ତ ପାଣି ନାହିଁ । ଚାରିଆଡେ ପାଣି, କିନ୍ତୁ ପିଇବାକୁ ମୁନ୍ଦେ ପାଣି ମିଳୁନି । ବନ୍ୟା ବିଭୀଷିକା ଭିତରେ ଗରାଏ ପାଣି ପାଇଁ ଦେବାକୁ ପଡୁଛି ୧୦୦ ଟଙ୍କା । କେନ୍ଦ୍ରାପଡା ଆଳିରୁ ଆସିଲା ଅଭାବନୀୟ ଦୃଶ୍ୟ ।
୮-ରାଜ୍ୟରେ ପୁଣି ୩ ଜଣ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନେ ହେଲେ, ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ବରୀ ବିଧାୟିକା ସୁନନ୍ଦା ଦାସ ଓ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା। କୌଣସି ଲକ୍ଷଣ ନଥାଇ ସମସ୍ତଙ୍କ ରିପୋର୍ଟ ପଜିଟିଭ୍ ଆସିଛି।
୯-ଭାରତୀୟ ଜ୍ୟୋର୍ତିବିଜ୍ଞାନୀଙ୍କ ଦ୍ୱାରା ସୁଦୂର ଅନ୍ତରୀକ୍ଷରେ ଥିବା ବ୍ରହ୍ମାଣ୍ଡର ଅନ୍ୟତମ ତାରକାପୁଞ୍ଜ ଆବିଷ୍କୃତ।
୧୦-ଦେଶର ନୂତନ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ରାଜୀବ କୁମାର ।
୧୧-ଏଣିକି ସପ୍ତାହର ସାତ ଦିନ ଯାକ ଚଳାଚଳ କରିବ ’ମୋ ବସ’
୧୨-ସରକାରଙ୍କୁ ପୁଣି ଝଟକା, ଅଗଷ୍ଟ ମାସରେ ଜିଏସଟି ସଂଗ୍ରହ କମିଲା ୧୨ ପ୍ରତିଶତ।
୧୩-ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କୁ ଚିଠି ଲେଖିଲେ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ, ଦେଶର ସାମାଜିକ ବ୍ୟବସ୍ଥାକୁ ବିଗାଡୁଛି ଫେସବୁକ, ପ୍ରଧାନମନ୍ତ୍ରୀଙ୍କୁ ଆପତ୍ତିଜନକ ମନ୍ତବ୍ୟ ଦେଉଛନ୍ତି ଫେସବୁକର କର୍ମଚାରୀ ।
୧୪-ଚୀନର ‘ବ୍ଲାକ୍ ଟପ୍‌’ କବ୍ଜା ଉଦ୍ୟମକୁ ପଣ୍ଡ କଲା ଭାରତ, ସୀମାରୁ ହଟାଇଲା କ୍ୟାମେରା ଏବଂ ସେନ୍‌ସର ଆଦି ଉପକରଣ।
Leave A Reply

Your email address will not be published.