ପାଣିବୋତଲ ନେଇ ୫୦ଟଙ୍କା ଦେଲେ ପର୍ଯ୍ୟଟକ

0 305

ଭୁବନେଶ୍ୱର,୩/୧୨- ପାଣିବୋତଲ ନେଇ ସାଙ୍ଗରେ ବୁଲିବାକୁ ଗଲେ ଦେବାକୁ ପଡିଛି ୫୦ଟଙ୍କା । ପରିବେଶ ସୁରକ୍ଷା ପାଇଁ ଏହିଭଳି ନୀୟମକୁ ଆପଣେଇଛନ୍ତି ନନ୍ଦନକାନନ କର୍ତୁପକ୍ଷ । ମଙ୍ଗଳବାର ଦିନ ଏହି ଯୋଜନାକୁ କାର୍ଯ୍ୟକାରି କରାଯାଇଛି । ଯଦିଓ ଡିସେମ୍ବର ୧ତାରିଖଠାରୁ ପରୀକ୍ଷାମୁଲକଭାବେ କାର୍ଯ୍ୟକାରି କରାଯାଇଥିଲା , ତେବେ ମଙ୍ଗଳବାରଠାରୁ ଏହାକୁ ବିଧିବଦ୍ଧଭାବେ କାର୍ଯ୍ୟକାରୀ କରାଯାଇଛି । ଏ ସମ୍ପର୍କରେ ସତ୍ୟସନ୍ଧାନରେ ପ୍ରଥମେ ଖବର ପ୍ରକାଶିତ ହୋଇଥିଲା ।
ନନ୍ଦନକାନନକୁ ପଲଥିନ ମୁକ୍ତ କରାଯାଇଥିବାବେଳେ ପାଣିବୋତଲ ନେବାକୁ ବାରଣ କେବଳ ନାମଫଳକରେ ସିମିତ ରହିଥିଲା । କିନ୍ତୁ ପରିସରରେ ପାଣିବୋତଲ ଏଣେତେଣେ ପଡିବା ସହ ଖୁଆଡମାନଙ୍କରେ ପାଣିବୋତଲ ପର୍ଯ୍ୟଟକମାନେ ପକାଉଥିବାର ଦେଖିବାପରେ ଆଗରୁ ଥିବା ନୀୟମକୁ ବିଧିବଦ୍ଧଭାବେ ନନ୍ଦନକାନନ ପକ୍ଷରୁ କାର୍ଯ୍ୟକାରୀ କରାଯାଇଛି । ଟିକେଟ ଯାଂଚଫାଟକପାଖରେ ନନ୍ଦନକାନନ ପକ୍ଷରୁ ଏକ କାଉଂଟର କରାଯାଇଛି ।ଏହି କାଉଂଟରରେ ପାଣିବୋତଲ ସାଙ୍ଗରେ ନେଇ ବୁଲିବାକୁ ଯିବାକୁ ଥିବା ପର୍ଯ୍ୟଟକମାନେ ୫୦ଟଙ୍କା ଦେଇ ଏକ ଷ୍ଟିକର ଲଗାଇବାକୁ ପଡୁଛି । ନନ୍ଦନକାନନ ବୁଲି ଫେରିବାପରେ ଷ୍ଟିକରଲଗା ପାଣିବୋତଲ ଫେରାଇଲେ ଆଗରୁ ଦେଇଥିବା ୫୦ଟଙ୍କା ଫେରିପାଉଛନ୍ତି । ପ୍ରଥମଦିନରେ ୪୧୫ଟି ପାଣିବୋତଲରେ ନନ୍ଦନକାନନ ପକ୍ଷରୁ ଷ୍ଟିକର ମରାଯାଇଥିବାର ଜଣାପଡିଛି ।

Leave A Reply

Your email address will not be published.