ପାଣିଘେରରେ ବରକେରା ଓ ଚଣ୍ଡି ଛକରେ୨୦ ଫୁଟର ଘାଇ

0 294

ଡେଲାଙ୍ଗ. ୪/୯(ଏସ ଏସ ନିୟୁଜ )ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବରକେରା ଗ୍ରାମରେ ବନ୍ୟାଜଳ ପ୍ରବେଶ କରିବାରୁ ଚାଷ ଜମି ସହିତ ଗ୍ରାମ୍ୟ ରାସ୍ତାରେ ୩ ଫୁଟ ଉଚର ପାଣି ଲହଡା ମାରୁଛି । ୧୫୦ ପରିବାର ଏହି ଗ୍ରାମରେ ବସବାସ କରୁଥିବା ବେଳେ ସମସ୍ତେ କୃଷିଉପରେ ନିର୍ଭରଶିଳ । ଏହି ଗ୍ରାମକୁ ଯାତୟତ କରିବା ପାଇଁ ସମସ୍ତ ରାସ୍ତା ଏବେ ପାଣିରେ ବୁଡିଯାଇଛି । ଯାତାୟତ ପାଇଁ ଗ୍ରାମକୁ ଡଙ୍ଗା ଓ ରିଲିଫ ଯୋଗାଇଦେବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।ସେହିଭଳିଭାବେ ଲୁଣାନଦୀରୁ ବନ୍ୟାଜଳ ବାର ପୋଲିଆ ଦେଇ ଧାନକେରା ପଂଚାୟତରେ ପ୍ରବେଶ କରିବା ଦ୍ୱାରା ମଝିପଡା ରାସ୍ତାର ଚଣ୍ଡି ଛକଠାରେ ୨୦ ଫୁଟର ଘାଇ ସୃଷ୍ଟି କରିଛି । ଏହି ବନ୍ୟାଜଳ ଧାନ କେରା ଗହିରଦେଇ ଇନ୍ଦିପୁରରେ ପ୍ରବେଶ କରିବ । ଏହି ସ୍ଥାନରେ ହୋଇଥିବା ଘାଇ ମଝିପଡା ଠାରେ ଥିବା ଦଳିତବସ୍ତି ସମ୍ପର୍ଣ୍ଣ ଜଳରେ ବୁଡିଯାଇଛି । ସ୍ଥାନୀୟ ସରପଂଚ ପ୍ରସନ୍ନ କୁମାର ଜେନା ଜଳବନ୍ଦିରେ ରହିଥିବା ପରିବାଙ୍କୁ ଚୁଡା,ଗୁଡ,କିରୋସିନି ପ୍ରଭୃତି ଯୋଗାଇ ଦେଇଥିବାର ଜଣାପଡିଛି ।

Leave A Reply

Your email address will not be published.