ପାଣି ପମ୍ପ୍‌ ଲଗାଇ ଗାଧୋଇବା ହେଲା କାଳ ,ଚାଲିଗଲା ଜୟନ୍ତ ଜୀବନ

0 212

ଡେଲାଙ୍ଗ,୧୮/୪(ଏସ୍‌ଏସ୍ ନିୟୁଜ)ଡେଲାଙ୍ଗ ବ୍ଲକ ଜେନାପୁର ପଂଚାୟତର ସତରବାଟି ଗ୍ରାମରେ ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଯୁବକ ଜଣକ ସତରବାଟି ଗ୍ରାମର ଶ୍ୟାମ ଭୋଇଙ୍କ ପୁଅ ଜୟନ୍ତ ଭୋଇ (୧୮)ା ସେ ତାଙ୍କ ଘର ପଛପଟୁ ଏକ ପୋଖରୀରିରୁ ମାଛ ଧରି ଘରକୁ ଫେରିଥିଲେ । ପଙ୍କ କାଦୁଅ ହୋଇ ଘରକୁ ଆସିଥିଲେ । ଗାଧୋଇବା ପାଇଁ ଘରେଣ୍ଟ ଥିବା ବୋଡରେ ପାଣି ମଟରକୁ ସଂଯୋଗ କରୁଥିବା ବେଳେ ହେଲା ଅଘଟଣ । ଅସାବଧାନତା ବଶତଃ ପାଣି ପମ୍ପ୍‌ ତାର କରେଂଟ ଥିବା ବୋର୍ଡରେ ଲଗାଇବାବେଳେ ବିଦ୍ୟୁତ ସଂର୍ମ୍ପଶରେ ଆସିଯାଇଥିଲେ ।ଦେହ ସମ୍ପୁର୍ଣ ଓଦା ସହ କାଦୁାଅପଙ୍କରେ ଥିବାରୁ ତାଙ୍କୁ କରେଂଟଣ୍ଟମାରିଥିଲା ।ଯାହାଫଳରେ ଘଟଣାସ୍ଥଳରେ ଟଳିପଡିଥିଲେ ।ପୁଅର ଏ ଅବସ୍ଥା ଦେଖିବା ପରେ ପରିବାର ଲୋକେ ତାଙ୍କୁ ମୁର୍ମୁଷ ଅବସ୍ଥାରେ ସାକ୍ଷୀଗୋପାଳ ମେଡିକାଲରେ ଭର୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିବା ଜଣାପଡିଛି ।

Leave A Reply

Your email address will not be published.