ପିଏମ୍ କିଷାନ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଗଲା

0 321

ନୂଆଦିଲ୍ଲୀ,୯ /୮ (ସତ୍ୟସନ୍ଧାନ ଡେସ୍କ ) କୃଷକମାନଙ୍କୁ ସହାୟତା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧ ଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ପାଣ୍ଠି ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ କିଷ‌ାନ ସମ୍ମାନ ନିଧି ଯୋଜନା ଅଧୀନରେ ପ୍ରାୟ ୮.୫ କୋଟି ଚାଷୀଙ୍କୁ ୧୭,୦୦୦ କୋଟି ଟଙ୍କା ପଠାଇଯାଇଛି। ଗତ ଦେଢ଼ ବର୍ଷ ମଧ୍ୟରେ ଏହି ଯୋଜନାରେ ୭୫,୦୦୦ କୋଟି ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।‘ଆତ୍ମନିର୍ଭର ଭାରତ’ ଅନୁଯାୟୀ କୃଷକମାନଙ୍କୁ ଆତ୍ମନିର୍ଭର ଶୀଳ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଏହି ପାଣ୍ଠି କୃଷକମାନଙ୍କ ରୋଜଗାରକୁ ବୃଦ୍ଧି କରିବ ।ଏଥିମଧ୍ୟରୁ କାରୋନା ସମୟରେ ଚାଷୀଙ୍କୁ ୨୨,୦୦୦ କୋଟି ଟଙ୍କା ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.