ପ୍ରଭୁ ସୋମନାଥ ଖେଳିଲେ ଚାପ

0 497

ବାରଙ୍ଗ,୧୩/୫(ଏସ୍‌ଏସ୍‌ନିୟୁଜ) ବାବା ସୋମନାଥମନ୍ଦିର ହେଉଛି ବାରଙ୍ଗତଥା ପଟିଆ ଅଂଚଳର ସର୍ବପୁରାତନ ପ୍ରସିଦ୍ଧ ଶୈବକ୍ଷେତ୍ର । ରାଜଧାନୀ ଉପକଣ୍ଠ ଢାଓାଗ୍ରାମରେ ଅବସ୍ଥାପିତ ଏହି ପୀଠର ପିଠାଧିଷ ହେଉଛନ୍ତି ବାବା ସୋମନାଥ ।ଏହି ପୀଠ ବହୁ ପୁରାତନ କଥାବସ୍ତୁ ସାଙ୍ଗକୁ ଅଲୈାକିକ ଘଟଣାକ୍ରମକୁ ବୁକୁରେ ଜାବୁଡି ଧରି ଦଣ୍ଡାୟମାନ । ଭକ୍ତଙ୍କ ଡାକ ଶୁଣୁଥିବା ଏହି ଦୟାଳୁ ଠାକୁରଙ୍କ ପାଖରେ ଗୁହାରିଆ ପଡିଲେ ୨୧ଦିନରେ ମନସ୍କା ମନା ପୁରଣ ସାଙ୍ଗକୁ ଅପୁତ୍ରିକକୁ ପୁତ୍ରଦାନ,ଅସାଧ୍ୟ ରୋଗ ନିରାକରଣ ଭଳି ଆର୍ଶିବାଦପ୍ରାପ୍ତି ମିଳିଥାଏ ବୋଲି ଏବେବି ଲୋକମାନଙ୍କ ମନରେ ବିଶ୍ୱାସ ରହିଛି । ସେଇଥିପାଇଁ ବାରମାସରେ ତେରପର୍ବ ଭଳି ବାବାଙ୍କ ପୀଠରେ ସବୁବେଳେ ଭକ୍ତମାନଙ୍କ ଗହଳି ଲାଗିରହିଥାଏ । କିନ୍ତୁ ମହାମାରୀ କରୋନା ଯୋଗୁ ଫିକାପଡିଯାଇଛି ସବୁକିଛି ।ବିନାଭକ୍ତରେ ବାବାଙ୍କର ନିତୀକାନ୍ତି ଚାଲିଛି ।

ଗତକାଲି ଚାପ ଖେଳିଥିଲେ ବବା ସୋମାନଥ । ନାଁ ଥିଲେ ଭକ୍ତ ନା ବାଜୁଥିଲା ବାଜା ଓ ଘଂଟ ନା ଶୁଭୂଥିଲା ହରିବୋଲ ହୁଳହୁଳି ,ନା ଏହାକୁ ଦେଖିବାକୁ ଧାଇଁ ଆସିଥିଲେ ଭକ୍ତ । କେବଳ ନିତୀ ଓ ପରମ୍ପରା କୁ ବଂଚାଇ ରଖିଥିଲେ ମନ୍ଦିରର ସେବାୟତ । ତେବେ ଠାକୁରଙ୍କ ନିତୀକାନ୍ତିରେ ଯେଭଳି ବ୍ୟାଘାତ ନହେବ ସେଥିପ୍ରତି ସେବାୟତମାନେ ଯନ୍ତବାନ ରହିଥିବାର ଜଣାପଡିଛି ।

Leave A Reply

Your email address will not be published.