ପ୍ରଥମ ଦିନ ଖେଳରେ କଙ୍ଗାରୁ ଟିମ୍ ୧୬୬/୨

0 267

ଭୁବନେଶ୍ବର,୭/୧(ଏସଏସନିୟୁଜ)ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଖେଳାଯାଉଥିବା ତୃତୀୟ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା କଙ୍ଗାରୁ ଟିମ୍ ୨ ଓ୍ୱିକେଟ୍ ହରାଇ ୧୬୬ ରନ୍ କରିଛି । ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ କଙ୍ଗାରୁ ପ୍ରଥମ ଦିନରେ ଓ୍ୱିଲ୍ ପୁକୋଭସ୍କି ଓ ଡେଭିଡ୍ ଓ୍ୱାର୍ଣ୍ଣରଙ୍କ ଓ୍ୱିକେଟ୍ ହରାଇଛି ।
ଗୁରୁବାରଠାରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ଆରମ୍ଭ ହୋଇଛି। ସିରିଜର ତୃତୀୟ ମ୍ୟାଚ୍ ଅଷ୍ଟ୍ରେଲିଆର ସିଡନୀ ଗ୍ରାଉଣ୍ଡରେ ଖେଳାଯାଉଛି। ୪ଟିକିଆ ଟେଷ୍ଟ ସିରିଜରେ ଉଭୟ ଦଳ ୧-୧ ରହିଛନ୍ତି। ତୃତୀୟ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ।
ତେବେ ଅଷ୍ଟ୍ରେଲିଆ ଟିମ୍ ପକ୍ଷରୁ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲେ ଓ୍ୱିଲ୍ ପୁକୋଭସ୍କି ଓ ଡେଭିଡ୍ ଓ୍ୱାର୍ଣ୍ଣର। କିନ୍ତୁ କଙ୍ଗାର ଟିମ୍ କୁ ପ୍ରାରମ୍ଭିକ ଝଟକା ଦେଉଛନ୍ତି ଟିମ୍ ଇଣ୍ଡିଆ ବୋଲର । ଅଷ୍ଟ୍ରେଲିଆ ଓପନର ଡେଭିଡ଼ ଓ୍ୱାର୍ଣ୍ଣରଙ୍କୁ ଆଉଟ କରିଥିଲେ ଭାରତୀୟ ବୋଲର ମହମ୍ମଦ ସିରାଜ । ପ୍ରଥମ ଇନିଂସରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ଦଳକୁ ୬ରନ୍‌ରେ ଗୋଟିଏ ଓ୍ୱିକେଟ୍‌ ହରାଇବାକୁ ପଡିଥିଲା । ଡେଭିଡ଼ ଓ୍ୱାର୍ଣ୍ଣର ୫ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ। ଏହାପରେ ଓ୍ୱିଲ ପୁକୋଭସ୍କି ୬୨ ରନ୍ କରି ଆଉଟ୍ ହୋଇଥିଲେ । ଓ୍ୱିଲଙ୍କ ଓ୍ୱିକେଟ୍ ନେଇଥିଲେ ପଦାର୍ପଣ କରିଥିବା ନବଦୀପ ସୈନୀ ।
ତେବେ କ୍ରିଜରେ କଙ୍ଗାରୁ ଟିମ୍ ପକ୍ଷରୁ ବ୍ୟାଟିଂ କରୁଛନ୍ତି ମାମୁଲ ଲାବୁସେନ୍ ଓ ଷ୍ଟିଭ୍ ସ୍ମିଥ । ଲାବୁସେନ୍ ୬୭ ଓ ସ୍ମିଥ୍ ୩୧ ରନ୍ କରି କ୍ରିଜରେ ଅଛନ୍ତି । ଭାରତ ପକ୍ଷରୁ ମଦମ୍ମଦ ସିରାଜ ଓ ନବଦୀପ ସୈନୀ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଛନ୍ତି ।

Leave A Reply

Your email address will not be published.