ପ୍ରଥମକରୋନା ଆକ୍ରାନ୍ତଙ୍କ ମୃତ,ପୁଣି ଜଣେ ଚିହ୍ନଟ

0 219

ଭୁବନେଶ୍ୱର ,୭/୪(ଏସ୍‌ଏସ୍‌ନିୟୁଜ)ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଓଡିଶାରେ ବୃଦ୍ଧିପାଇ ୪୧ରେ ପହଁଚିଲା ।ଆଜି ମଧୁସୁଧନନଗରର ଜଣେ ୪୫ବର୍ଷ ଜଣେ ବ୍ୟକ୍ତି କରୋନା ପଜିଟିଭ୍ ବୋଲି ଜଣାପଡିଛି ।ସେହିଭଳି ଭାବେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ସେହେଲେ ଝାଡପଡା ଅଂଚଳର ।ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ବହୁଦିନୁ ତଳୁ ଉଚ୍ଚରକ୍ତଚାପରେ ପିଡିତ ଥିଲେ । ୪ତାରିଖରେ ସେ ଏମ୍ସରେ ଆଡମିସନ ହୋଇଥିଲେ । ମୃତ୍ୟୁବରଣ କରିଥିବା ୭୨ବର୍ଷିୟ ବ୍ୟକ୍ତିଙ୍କର କ୍ରୋନିକ ହାଇପରଟେସନ ରହିଥିଲା ଓ ତାଙ୍କଠାରେ  କରୋନା ଭୁତାଣୁ ଚିହ୍ନଟ ହୋଇଥିବାର ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସୁଚନା ଦିଆଯାଇଛି ।ମୃତକଙ୍କ ସହ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ ପକିୟା ଆରମ୍ଭ ହୋଇଛି ।

Leave A Reply

Your email address will not be published.