ପ୍ରଦେଶ ସେବା ସଂଗଠନର ଜୀବନ ବଞ୍ଚାଓ କାର୍ଯ୍ୟକ୍ରମ

0 254

ଭଦ୍ରକ,୬/୮(ଏସ୍‌ଏସ୍‌ ନିୟୂଜ)  ଭଦ୍ରକ ଜିଲ୍କ୍ଳା ପୀରହାଟର ଅଗ୍ରଣୀ ସଂଗଠନ ପ୍ରଦେଶ ସେବା ସଂଗଠନ ତରଫ ରୁ ଏକ ନିଆରା କାର୍ଯ୍ୟକ୍ରମ ଜୀବନ ବଞ୍ଚାଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ମାଧ୍ୟମରେ ତିହିଡି ବ୍ଲକ ର ପଚାଶ ଜଣ ଗରିବ ଓ ଅସହାୟ ପରିବାରକୁ ମାସିକ ସାତ ସହ ଟଙ୍କାର ତିନି ମାସ ରାସନ ସାମଗ୍ରୀ ପ୍ରଦାନ କରିଥିଲା ଏହି ସଂଗଠନ l ପୀରହାଟର ପ୍ରଦେଶ ସେବା ସଂଗଠନର ସଭାପତି ରଞ୍ଜନ ମିଶ୍ର ଙ୍କ ସଭାପତିତ୍ୱ ରେ ତିହିଡି ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ବନମାଳୀ ତ୍ରିପାଠୀ, ଭଦ୍ରକ ଚିଲଡ୍ରେନ ଲାଇନ ସଂଯୋଜିକା ସରସ୍ବତୀ ମହାରଣା ପ୍ରମୋଖ ଯୋଗଦାନ କରି ପ୍ରଥମେ ବାର ଗୋଟି ପରିବାରକୁ ରାସନ ସାମଗ୍ରୀ ପ୍ରଦାନ କରିଥିଲେ l ଅବଶିଷ୍ଟ ଅଡତିରିଶ ପରିବାରକୁ ଦୁଇ ଦିନ ଭିତରେ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି ପ୍ରଦେଶ ସେବା ସଂଗଠନର ସଭାପତି l

 

 

Leave A Reply

Your email address will not be published.