ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

0 648

ସାକ୍ଷୀଗୋପାଳ,୨୯/୧୨(ଏସଏସନିୟୁଜ)ସତ୍ୟବାଦୀ ଥାନା ଅନ୍ତର୍ଗତ ଅଳଗୁମ ଗ୍ରାମ ପଞ୍ଚାୟତର ଜିପୁର ଗ୍ରାମ ପ୍ରଧାନ ସାହିର ବଳିଆ ନାୟକ ( ୨୩) ଓ ଏହି ଗ୍ରାମର ସୁଲି ନାୟକ (୨୧) ଜିପୁର ତୋଟାରେ ଥିବା ଜାମୁ ଗଛରେ ଓହଳି ଆତ୍ମହତ୍ୟା କରିଥିବା ଜଣାପଡିଛି । ପୁଅ ନିଜର ଟ୍ରାର୍କଫ୍ୟାଣ୍ଟ ଓ ଝିଅ ନିଜର ଓଡଣୀ ବେକରେ ଲଗାଇ ଗଛରେ ଓହଳି ପଡିଥିବା ଜଣାପଡିଛି । ଆଜି ସକାଳେ ଏହା ଜଣାପଡିବା ପରେ ଦେଖାନାହାରୀଙ୍କ ଭିଡ ଲାଗିଥିଲା ।ଖବର ପାଇ ସତ୍ୟବାଦୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଜିଷ୍ଟେଟଙ୍କ ଉପସ୍ଥିତିରେ ଗଛରୁ ଶବ ଓହ୍ଳାଇ ଶବ ବ୍ୟବଛେଦ ପାଇ ପଠାଇବା ସହ ୨୨/୨୦କେସ ନମ୍ବରରେ ଏକ ଅପମୃତ୍ୟୁ ମାମଲା ଋଜୁକରିଛି ।ବଳିଆ ନାୟକ ଓ ସୁଲି ନାୟକ ଉଭୟଙ୍କୁ ପ୍ରେମ କରୁଥିବାବେଳେ କୌଣସି କାରଣକୁ ନେଇ ଦୁଇ ଜଣ ଯାକ ସୋମବାର ରାତିରେ ଘରୁ ଲୁଚିକି ପଳାଇ ଆସି ଥିବାର ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।

Leave A Reply

Your email address will not be published.