ପୁଣି ୨୬ ପଜିଟିଭ,୨୪୫କୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି

0 486

ଭୁବନେଶ୍ୱର,୮/୫(ଏସ୍‌ଏସ୍‌ନିୟୁଜ) ମହାମାରୀ କରୋନା ଏବେ ଧରରେଧିରେ ଗୋଟିକ ପରେ ଗୋଟିକ ଜିଲ୍ଲାରେ ତାର କାୟା ବିସ୍ତାର କରିଚାଲିଛି । ଶୁକ୍ରବାର ସକାଳେ ପୁଣି ୨୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୨୬ ପଜିଟିଭ୍‌ଙ୍କ ମଧ୍ୟରେ ଗଞାମଜିଲ୍ଲାରେ ୧୯ଜଣ,କେନ୍ଦ୍ରାପଡାରେ ୫ଜଣ,ଭଦ୍ରକରେ ୨ଜଣ ଚିହ୍ନଟ ହୋଇଛନ୍ତି । ଭଦ୍ରକରେ ଚିହ୍ନଟ ହୋଇଥିବା ଏହି ଦୁଇ ଆକ୍ରାନ୍ତ ଜଣେ ଧାବନଗର ଓ ଅନ୍ୟଟି ବାସୁଦେବପୁର ବ୍ଲକର ହୋଇଥିବାବେଳେ ଉଭୟ ସୁରତ ଫେରନ୍ତା । ଗଞାମ ଜିଲ୍ଲାରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇ ୪୭ରେ ପହଁଚିଥିବାବେଳେ କେନ୍ଦ୍ରାପଡାରେ ୮ ଓ ଭଦ୍ରକରେ ୨୩ରେ ପହଁଚିଥିବାର ଜଣାପଡିଛି । ରାଜ୍ୟରେ କରୋନାଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇ ୨୪୫ରେ ପହଁଚିଛି ।

Leave A Reply

Your email address will not be published.