ପୁଣି ଆଜି ୬୧୬ କରୋନା ପଜିଟିଭ , ମୃତ ୬

0 276

ଭୁବନେଶ୍ୱର,୧୩ ।୭(ଏସ୍‌ଏସ୍‌ ନିୟୁଜ) ପୁଣି ଆଜି ୨୨ଟି ଜିଲ୍ଲାରୁ ୬୧୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୧୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୦୧ ଜଣ ଚିହ୍ନଟ ହୋଇଥିବା ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅନୁଗୁଳରୁ ୭ଜଣ, ବାଲେଶ୍ୱରରୁ ୨୭ଜଣ, ବରଗଡ଼ରୁ ୩୧ଜଣ, ଭଦ୍ରକରୁ ୨ଜଣ, ବଲାଙ୍ଗୀରରୁ ୨ଜଣ, କଟକରୁ ୨୩ଜଣ, ଢ଼େଙ୍କାନାଳରୁ ୭ଜଣ, ଗଜପତିରୁ ଜଣେ, ଜଗତସିଂହପୁରରୁ ୧୮ଜଣ, ଯାଜପୁରରୁ ୧୭ଜଣ, ଝାରସୁଗୁଡ଼ାରୁ ୧୧ଜଣ, କଳାହାଣ୍ଡିରୁ ୬ଜଣ, କେନ୍ଦ୍ରାପଡ଼ାରୁ ଜଣେ, କେନ୍ଦୁଝରରୁ ୨୩ଜଣ, ଖୋର୍ଦ୍ଧାରୁ ୨୯ଜଣ, କୋରାପୁଟରୁ ୫୦ଜଣ, ମାଲକାନଗିରିରୁ ୧୪ଜଣ, ମୟୁରଭଞ୍ଜରୁ ୧୩ଜଣ, ନବରଙ୍ଗପୁରରୁ ୪୦ଜଣ, ନୂଆପଡ଼ାରୁ ୫ଜଣ, ପୁରୀରୁ ଜଣେ ଓ ସୁନ୍ଦରଗଡ଼ରୁ ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ ୨୮୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୭୩୭କୁ ବୃଦ୍ଧି ପାଇଛି । କରୋନା ଯୋଗୁ ଆଉ ୬ ଜଣଙ୍କ ଜୀବନ ଯାଇଛି । ଏହି ୬ ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୪ ଜଣ ଥିବା ବେଳେ କଟକ ଓ ଭୁବନେଶ୍ୱରରୁ ଜଣେ ଲେଖାଏ ଥିବାନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ଫଳରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୦କୁ ବୃଦ୍ଧି ପାଇଛି।

Leave A Reply

Your email address will not be published.