ପୁଣି ଭୁବନେଶ୍ୱରରୁ ୧୩ ପଜିଟିଭ ଚିହ୍ନଟ

0 495

ଭୁବନେଶ୍ୱର୨/୭(ଏସ୍‌ଏସ୍‌ନିୟୁଜ) ପୁଣି ୧୩ ଜଣ କରୋନା ପଜିଟିଭ ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି।ସେଥିମଧ୍ୟରୁ ଖଣ୍ଡଗିରି ଶରଧାପାଲି ବସ୍ତିରୁ ୨୧ ବର୍ଷର ଜଣେ ଯୁବତୀ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଓଲ୍ଡ ଟାଉନ ଭୀମଟାଙ୍ଗି ରୋଡର ୩୨ ବର୍ଷୀୟ ଜଣେ ଯୁବକ, ସାଲିଆ ସାହିର ୫୫ ବର୍ଷୀୟ ଜଣେ ରେଲୱେ ଷ୍ଟାଫ୍, ନୀଳାଦ୍ରିବିହାରର ୫୭ ବର୍ଷୀୟ ବ୍ୟକ୍ତି, ନୀଳଚକ୍ର ନଗରର ୧୮ ବର୍ଷୀୟ ଜଣେ ଯୁବତୀକୁ ମିଶାଇ ୫ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଥିବାବେଳେ ଟଙ୍କପାଣି ରୋଡ ଅଞ୍ଚଳରୁ ୫ ଜଣ , ନୂଆଗାଁ ଅଞ୍ଚଳରୁ ୨, ୟୁନିଟ-୧ ଅଞ୍ଚଳରୁ ଜଣେ କୁ ମିଶାଇ ୫ଜଣ ହୋମ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ଆଜି ଭୁବନେଶ୍ବରରୁ ୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ବିଏମସି ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.