ପୁଣିଥରେ ଲୋମହର୍ଷଣକାରୀ ଘଟଣା

0 372

ଭୁବନେଶ୍ୱର,୧୭/୧(ସତ୍ୟସନ୍ଧାନ ଡେସ୍କ) ପୁଣିଥରେ ଗୋଟିଏ ଲୋମହର୍ଷଣକାରୀ ଘଟଣା ସାରା ଦେଶକୁ ସ୍ତବ୍ଧ କରି ଦେଇଛି। ଜଣେ ୧୩ ବର୍ଷୀୟ ଝିଅଙ୍କୁ ୯ ଜଣ ଲୋକ ୨୪ ଘଣ୍ଟା ମଧ୍ୟରେ ୩ ଥର ଗଣଦୁଷ୍କର୍ମ କରିବା ଭଳି ଜଘନ୍ୟକାଣ୍ତ ଘଟାଇଛନ୍ତି। ମଧ୍ୟପ୍ରଦେଶର ଉମାରିଆ ଜିଲ୍ଲାର ଜାତୀୟ ରାଜପଥରେ ଯାଉଥିବା ଟ୍ରକ୍‌ର ଡ୍ରାଇଭର ଓ ସେମାନଙ୍କ ସହଯୋଗୀମାନେ ଜଣଙ୍କ ପରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଛନ୍ତି।
ଜାନୁଆରୀ ୧୧-୧୨ ତାରିଖ ରାତିରେ ନାବାଳିକାଙ୍କ ସହ ଘଟିଥିବା ଏହି ଘଟଣା ପରେ ସେ ପୂରା ସ୍ତବ୍ଧ ହୋଇଯାଇଛନ୍ତି। ଏବେ ସେ ଘଟଣା ସମ୍ପର୍କରେ ମୁହଁ ଖୋଲିବାକୁ ମଧ୍ୟ ଅକ୍ଷମ ଅଛନ୍ତି। ପୁଲିସ୍‌ର ସୂଚନା ଅନୁଯାୟୀ, ୯ମ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଜଣଙ୍କୁ ଜାନୁଆରୀ ୧୧ ମଧ୍ୟାହ୍ନରେ ଜଣେ ଟ୍ରକ୍ ଡ୍ରାଇଭର ରମେଶ(ଛଦ୍ମନାମ) ଓ ତାଙ୍କ ସହଯୋଗୀ କୁଲୁ(ଛନ୍ଦ୍ମନାମ) ଅପହରଣ କରି ନିକଟସ୍ଥ ଜଙ୍ଗଲକୁ ନେଇ ଯାଇଥିଲେ।

Leave A Reply

Your email address will not be published.